ଖାଦ୍ୟ ନାଁ ରେ ମିଳୁଛି ବିଷ!ଭେଜାଲ ସାମଗ୍ରୀ ସାଙ୍ଗକୁ ବଢୁଛି ଅପମିଶ୍ରଣ

Spread the love

ଜେଏମଜେ ବ୍ୟୁରୋ : ଆମ ଖାଦ୍ୟ ଥାଳିରେ ପୁଷ୍ଟିକର ଖାଦ୍ୟ ଯେତିକି, ତା’ଠାରୁ ଅଧିକ ରହିଛି କି ଅପମିଶ୍ରଣର ଭୟ? ତେଲଠାରୁ କ୍ଷୀର, ପନିରଠାରୁ ମସଲା ଏବଂ ଗୁଡ଼, ଘିଅ, ଅଟା ଅନେକ ଖାଦ୍ୟରେ ଅପମିଶ୍ରଣର ଅଭିଯୋଗ। ଭେଜାଲ୍ ଧରାପଡ଼ୁଛି, ନମୁନା ଅପମିଶ୍ରିତ ବୋଲି ପ୍ରମାଣିତ ବି ହେଉଛି, ହେଲେ ଫୌଜଦାରୀ ମାମଲାରେ ଦଣ୍ଡାଦେଶ ଶୂନ। ସଂସଦରେ ଉପସ୍ଥାପିତ FSSAIର ତଥ୍ୟ ଓ ରାଜ୍ୟର ଖାଦ୍ୟ ନମୁନା ପରୀକ୍ଷା ରିପୋର୍ଟ ଖୋଲିଛି ଓଡ଼ିଶାର ଅପମିଶ୍ରଣ ଖାଦ୍ୟର ଚିନ୍ତାଜନକ ଚିତ୍ର।

ଆପଣଙ୍କ ଥାଳିରେ ପହଞ୍ଚୁଥିବା ଖାଦ୍ୟ କେତେ ଶୁଦ୍ଧ? ଦେଖିଲେ ହୁଏତ ଜଣାପଡ଼ିବନି। ପରୀକ୍ଷା ହେଲେ ହିଁ ସ୍ପଷ୍ଟ ହେବ ଖାଦ୍ୟ ଶୁଦ୍ଧ ନା ଅପମିଶ୍ରିତ? କ୍ଷୀରଠାରୁ ପନିର, ମସଲାଠାରୁ ଗୁଡ଼, ଘିଅଠାରୁ ଅଟା, ଅନେକ ଖାଦ୍ୟରେ ଅପମିଶ୍ରଣର ଚିତ୍ର ସାମ୍ନାକୁ ଆସୁଛି। ଘରର ରୋଷେଇଘରଠାରୁ ହୋଟେଲ୍, ଦୋକାନ ସବୁଠି ଅପମିଶ୍ରିତ ଖାଦ୍ୟ। ତାଲିକା ବି ଲମ୍ବିଚାଲିଛି।

୨୦୨୪-୨୫ରେ ଓଡ଼ିଶାରେ ପରୀକ୍ଷା ହୋଇଥିଲା ୨୨୮୨ଟି ଖାଦ୍ୟ ନମୁନା। ସେଥିରୁ ୨୭୩ଟି ନମୁନା ଅପମିଶ୍ରିତ ବୋଲି ଚିହ୍ନଟ ହୋଇଛି। ଅର୍ଥାତ୍‌ ପ୍ରାୟ ପ୍ରତି ୧୨ଟି ନମୁନାରୁ ଗୋଟିଏରେ ଅପମିଶ୍ରଣ। ଖୋର୍ଦ୍ଧାରେ ଅପମିଶ୍ରିତ ନମୁନା ସଂଖ୍ୟା ସର୍ବାଧିକ। ଏହା ସହ ମୟୂରଭଞ୍ଜ, ରାୟଗଡ଼ା, ଭଦ୍ରକ, କଟକ ଓ ଗଞ୍ଜାମରୁ ମଧ୍ୟ ଚିହ୍ନଟ ହୋଇଛି ଅପମିଶ୍ରିତ ଖାଦ୍ୟ ନମୁନା। ଅଭିଯୋଗ ଆସିଲେ ଚଢ଼ାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ନମୁନା ସଂଗ୍ରହ ହେଉଛି। ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯାଉଛି। ଜରିମାନା ବି ଆଦାୟ ହେଉଛି। କିନ୍ତୁ ଦଣ୍ଡାଦେଶ ଶୂନ।

  • jmjnewso

    Related Posts

    ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା

    Spread the love

    Spread the loveଛତ୍ରପୁର :ଜେଏମଜେ ନ୍ୟୁଜ : ଗଞ୍ଜାମ ପୋଲିସ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା ୩୦। ଏହା ଅନୁଯାୟୀ କୌଣସି ସଭା ସମିତି, ଶୋଭାଯାତ୍ରା ଓ ଜନସମାବେଶ କରିବାକୁ ହେଲେ ସମ୍ପୃକ୍ତ ଏସଡିପିଓ କିମ୍ବା ଥାନା…

    ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ

    Spread the love

    Spread the loveବୁଗୁଡ଼ା,୨୦/୦୮ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ପ୍ରଭୁ ବଳଦେବ ଜିଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥ‌ିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ । ରାକ୍ଷୀ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା

    ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା

    ଆଇପିଏସ୍ ସ୍ତରରେ ଅଦଳବଦଳ, ଆଶିଷ ସିଂହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି

    ଆଇପିଏସ୍ ସ୍ତରରେ ଅଦଳବଦଳ, ଆଶିଷ ସିଂହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି

    ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

    ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

    ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

    ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

    ବିକଳାଙ୍ଗ ମହିଳାଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

    ବିକଳାଙ୍ଗ ମହିଳାଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

    କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ

    କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ