ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

Spread the love

ଭୁବନେଶ୍ବର:ଜେଏମଜେ ନ୍ୟୁଜ : ଆସନ୍ତା ୮ ଅକ୍ଟୋବରରେ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସମ୍ଭାବ୍ୟ ବନ୍ଦ ପରିସ୍ଥିତିରେ ଆଇନ-ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଉପରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମସ୍ତ ଥାନା ଅଞ୍ଚଳରୁ ସୂଚନା ସଂଗ୍ରହ କରି ସ୍ଥାନୀୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସମସ୍ତ ଜିଲ୍ଲା ଏସ୍ପିମାରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ପାଟ୍ରୋଲିଂ ଓ ନାକା ଚେକିଂ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ପ୍ରମୁଖ ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ଏବଂ ଗୁଇନ୍ଦା ସୂଚନାକୁ ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ବନ୍ଦ ସମୟରେ କୌଣସି ପ୍ରକାର ହିଂସା, ଭଙ୍ଗାରୁଜା, ବଳପୂର୍ବକ ଦୋକାନ ବଜାର ବନ୍ଦ କିମ୍ବା ସାଧାରଣ ଯାତାୟାତରେ ବାଧା ସୃଷ୍ଟି ଯେପରି ନହୁଏ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲା ଏସ୍ପି ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଓ ଦୃଢ଼ ଆଇନଗତ ପଦକ୍ଷେପ ନେବା ଦିଗରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳରେ ନିରନ୍ତର ନଜର ରଖିବା ସହ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଥିଲା। ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସମସ୍ତ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଡିଆଇଜିପି (କାର୍ମିକ) ଯୁଗଳ କିଶୋର କୁମାର ବନୋଥ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ମଡ଼କର ସନ୍ଦୀପ ସମ୍ପଦ, ଏସପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା, ଏଆଇଜିପି( ଆଇନ ଓ ଶୃଙ୍ଖଳା) ପ୍ରଭାଶଙ୍କର ନାୟକ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ସମସ୍ତ ରେଞ୍ଜର ଆଇଜି/ଡିଆଇଜି, ସମସ୍ତ ଜିଲ୍ଲାର ଏସ୍ପି, ଡିସିପି ଭୁବନେଶ୍ୱର, ଡିସିପି କଟକ ଏବଂ ଏସ୍ଆର୍ପି କଟକ ଓ ରାଉରକେଲା ପ୍ରମୁଖ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।

  • jmjnewso

    Related Posts

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    Spread the love

    Spread the loveଭୁବନେଶ୍ୱର:  ଜେଏମଜେ ବ୍ୟୁରୋ : କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ ।  ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ…

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    Spread the love

    Spread the loveକୋରାପୁଟ : ଜେମେଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଲ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ