ରାୟଗଡା :ଜେଏମଜେ ନ୍ୟୁଜ ( ସୁପ୍ରିୟା ଷଡ଼ଙ୍ଗୀ ): ଚଳଚଞ୍ଚଳ ହୋଇଉଠିଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠ..ମଧ୍ୟରାତ୍ରିରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମା’ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ସୁନା ବେଶ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି।
ନବରାତ୍ର ପୂଜା ପୂର୍ବରୁ ମା’ଙ୍କ ଖଣ୍ଡା ପୂଜାର ସ୍ୱତନ୍ତ୍ର ପରମ୍ପରା ରହିଛି। ବାଲି ଭୈରବଙ୍କ ପୂଜା ପରେ ଖଣ୍ଡାକୁ ପୂଜକ ଓ ସେବାୟତମାନେ ସ୍ୱତନ୍ତ୍ର ଭାବେ ଧୋଇ ରଖିଥାନ୍ତି। ଏହାକୁ ନବରାତ୍ର ନିମନ୍ତେ ଦଶହରା ଖଣ୍ଡା ଭାବେ ଅବସ୍ଥାପିତ କରାଯାଏ। ତେଣୁ ଆଜିଠାରୁ ଦଶହରା ପର୍ଯ୍ୟନ୍ତ ମା’ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶରେ ମା’ଙ୍କ ଦର୍ଶନ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।
ରାୟଗଡା ରୁ ବିରୋ ହେଡ଼ ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ jmj ନିୟୁଜ







