ଜେଏମଜେ ବ୍ୟୁରୋ : ଗଞ୍ଜାମ ପୋଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଏସ୍ପି, ଡିଏସ୍ପି, ଏସ୍ଡିପିଓ ଏବଂ ବିଭିନ୍ନ ଥାନାର ଆଇଆଇସିମାନେ ଯୋଗ ଦେଇଥିଲେ।ବୈଠକରେ ଅପରାଧ ନିୟନ୍ତ୍ରଣ, ବିଚାରାଧୀନ ମାମଲାର ତ୍ୱରିତ ତଦନ୍ତ ଓ ଚାର୍ଜସିଟ୍ ଦାଖଲ, ନିଶା କାରବାର, ବେଆଇନ ମଦ ବ୍ୟବସାୟ ଏବଂ ଅନଲାଇନ୍ ଠକେଇ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।ଆଗାମୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ପୂଜା ମଣ୍ଡପରେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ଛାତ୍ର ସଂସଦ ନିର୍ବାଚନ ସମୟରେ କ୍ୟାମ୍ପସରେ ହିଂସା, ରାଗିଂ, ଧମକ ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସର ସତର୍କ ନଜର ରହିବ।ବିଭିନ୍ନ ମାମଲାରେ ଭଲ କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ଏସ୍ପି ପ୍ରଶଂସା କରିବା ସହ ଜନସାଧାରଣଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି। ସେହିପରି ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରନ୍ତୁ ଏବଂ ପୋଲିସକୁ ସହଯୋଗ କରନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ଡାଏଲ୍ ୧୧୨ କରନ୍ତୁ।ବୋଲି ନିବେଦନ କରିଛି ଗଞ୍ଜାମ ପୋଲିସ।









