କୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ):
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ହଳଦୀ କୁଣ୍ଡ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ଗୋଲକୁଣ୍ଡ ଗ୍ରାମରେ ଗୌଦାବରୀଶ ବିଦ୍ୟାଳୟ ସ୍ଥାପନ ନ କରି ହଳଦୀ କୁଣ୍ଡ ଗ୍ରାମ ରେ କରିବାକୁ ଦାବୀ କରି ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ଦୀର୍ଘ ଘଣ୍ଟା ଧରି ସେଠାରେ ରହି ଜିଲ୍ଲା ପାଳଙ୍କୁ ଭେଟିବାକୁ ଜିଦ କରିବା ଓ ଜିଲ୍ଲା ପାଳ ଅନୁପସ୍ଥିତ ଥିବା ଯୋଗୁ ଆଗାମୀ ତେର ତାରିଖ ଦିନ ପ୍ରଶାସନିକ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ଜମି ଚିନ୍ହଟ କରିବେ ବୋଲି ପ୍ରତିଶୃତି ଦେବାସ୍ୱତ୍ତେ ସେମାନେ ନିଜ ଜିଦ ରେ ଅଟଳ ରହିଥିଲେ। ଶେଷରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଉକ୍ତ ସ୍ଥାନରେ ପାଞ୍ଚ ରୁ ଅଧିକ ଲୋକ ରୁଣ୍ଡ ନ ହେବା ପାଇଁ ଏବଂ ସରକାରୀ କାଯ୍ୟ ରେ ବାଧା ସୃଷ୍ଟି କରିବାକୁ ନିର୍ଦେଶ ଦେଇଥିଲା. ଶେଷରେ କୋରାପୁଟ ଉପଜିଲ୍ଲାପାଳ ପହଁଚି ନିର୍ଭର ପ୍ରତିଶୃତି ଦେବା ପରେ ପରେ ଆନ୍ଦୋଳନକାରି ମାନେ ନିଜ ଗ୍ରାମ ଫେରିଯାଇଥିଲେ। ଘଟଣା ସ୍ଥଳ ରେ କଂଗ୍ରେସ ଜିଲ୍ଲାସଭାପତି ରୂପକ ତୁରୁକ ନିମେଇ ସରକାର ଙ୍କ ସମେତ କିଛି କଂଗ୍ରେସ ନେତା ଉପସ୍ଥିତ ଥିବା ଦେଖା ଯାଇଥିଲା





