ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

Spread the love

ଜେଏମଜେ ବ୍ୟୁରୋ : ଯାଜପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ କଲେଜ କାଉନସିଲ ନିର୍ବାଚନକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟି ଏକାଧିକ ସ୍ଥାନରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । ବିସ୍ଫୋରଣ ଶବ୍ଦରେ କଲେଜ କ୍ୟାମ୍ପସ ଥରି ଉଠିଥିଲା । ଘଟଣାସ୍ଥଳର କଲେଜ ଗେଷ୍ଟହାଉସ ଏବଂ ପ୍ରିନ୍ସିପାଲଙ୍କ ବାସଭବନ ଫାଟକ ନିକଟରୁ କିଛି ଅଫୁଟା ବୋମା ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି କଲେଜ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ବାଚନ ପୂର୍ବରୁ କଲେଜ ପରିସରରେ ବୋମାମାଡ଼ ହେବା ଘଟଣାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। କିଏ ଏବଂ କାହିଁକି ବୋମା ଫୁଟାଇଲା, ତାହା ଏବେବି ଅସ୍ପଷ୍ଟ।। ଅନ୍ୟପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିବାବେଳେ ସିସିଟିଭି ଫୁଟେଜ୍ ଆଧାରରେ ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି ।

  • jmjnewso

    Related Posts

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ହଳଦୀ କୁଣ୍ଡ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ଗୋଲକୁଣ୍ଡ ଗ୍ରାମରେ ଗୌଦାବରୀଶ ବିଦ୍ୟାଳୟ ସ୍ଥାପନ ନ କରି ହଳଦୀ କୁଣ୍ଡ…

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ବୁଧବାର ଶୁଭାରମ୍ଭ ହୋଇଛି। ଗଞ୍ଜାମ…

    Leave a Reply

    Your email address will not be published. Required fields are marked *

    You Missed

    ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

    ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।