କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗୁରୁବାର ଓଡ଼ିଶା ବନ୍ଦ। ହେଲେ ଚାଲିବ ଘରୋଇ ବସ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଦେଇଥିବା ଏହି ବନ୍ଦ ଡାକରାକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଘରୋଇ ବସ୍ ମାଲିକ ସଂଘ ବନ୍ଦରେ ସାମିଲ ହେବ ନାହିଁ। ରାଜ୍ୟରେ ଘରୋଇ ବସ୍ ଚଳାଚଳ ଜାରି ରହିବ।ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ୍ ଏକ ଅତ୍ୟାବଶ୍ୟକ ଯାତ୍ରୀ ପରିବହନ ସେବା ହୋଇଥିବାରୁ ସଂଘ ବନ୍ଦରେ ସାମିଲ ହେବ ନାହିଁ।ତେଣୁ ଗୁରୁବାର ଘରୋଇ ବସ୍ ଚାଲିବ ଏବଂ ଯାତ୍ରୀ ପରିବହନ ଜାରି ରହିବ। ତେବେ ବନ୍ଦ ସମୟରେ ବସ୍ ଚଳାଚଳକୁ ନେଇ ସୁରକ୍ଷା ଚିନ୍ତା ପ୍ରକାଶ କରିଛି ବସ୍ ମାଲିକ ସଂଘ। ବସ୍ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରନ୍ତୁ ବୋଲି ସଂଘ ସଭାପତି ଅନୁରୋଧ କରିଛନ୍ତି।

Oplus_16908288

ଅନ୍ୟପକ୍ଷରେ ବିଭିନ୍ନ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ଅକ୍ଟୋବର ୮ରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ଏଥିରେ ଏମ୍‌ଏମ୍‌ଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର, ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଏସ୍‌ଆଇଆର୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ଦାବି ରହିଛି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ବୁଧବାର ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଥିବା ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସାଧାରଣ ପ୍ରଶାସନ…

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି । SP-DCPଙ୍କ ସହ DGPଙ୍କ ସମୀକ୍ଷା । କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର…

    Leave a Reply

    Your email address will not be published. Required fields are marked *

    You Missed

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

    ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

    କବିସୂର୍ଯ୍ୟନଗର ରୁ ଆରମ୍ଭ ହେଲା ସେବା ଜ୍ୟୋତି ଯାତ୍ରା ରଥ.

    କବିସୂର୍ଯ୍ୟନଗର ରୁ ଆରମ୍ଭ ହେଲା ସେବା ଜ୍ୟୋତି ଯାତ୍ରା ରଥ.