ଘୁମୁସର ବନଖଣ୍ଡ ରେ ବାଘ ଆତଙ୍କ!

Spread the love

ଭଞ୍ଜନଗର :ଘୁମୁସର ବନଖଣ୍ଡ କୁ ପୁଣି ଫେରିଛି ମହାବଳ ।ବାଘ ଆସିବା ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।ମହାରାଷ୍ଟ୍ର ଜଙ୍ଗଲରୁ ଚାଲିଆସିଥିବା ଏହି ମହାବଳ ଏବେ ପୁଣି ଗଞ୍ଜାମରେ ଆତଙ୍କ ସୃଷ୍ଟି କରିଛି ।

କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଗାଙ୍ଗପୁର ସେକ୍ସନ ଅଞ୍ଚଳରେ କିଛିଦିନ ହେଲା ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବାଘ ର ପାଦଚିହ୍ନ ଠାବ ହେବା ସହ ଗୋଟିଏ ଗୟଳ କୁ ବାଘ ମାରିଖାଇ ଥିବା ଦେଖିବା ପରେ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେବା ସହ ବାଘ କୁ କାବୁକରି ଅନ୍ୟସ୍ଥାନକୁ ପଠାଇବା ପାଇଁ ବନବିଭାଗ ମଧ୍ୟ ତାର କାମ ଆରମ୍ଭ କରିଦେଇଛି ।

ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବାଘକୁ ଆହାର ଦେଇ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଛୁଆ ମଇଁଷିକୁ ବାନ୍ଧି ରଖାଯାଉଛି । ଗାଙ୍ଗପୁର ବନାଞ୍ଚଳ ମାଳତୀ ପାହାଡ଼ ଅଞ୍ଚଳରେ ବାଘ ର ଗତିବିଧି ଲକ୍ଷ କରି ବନବିଭାଗ ଓ ଶିମିଳିପାଳରୁ ଆସିଥିବା ବାଘ ଧରାଳି ଟିମ ବାଘକୁ କାବୁ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି । ଗାଙ୍ଗପୁର, ବୋରି,ବାଲିପାଟ ଭଳି ବିଭିନ୍ନ ଗ୍ରାମରେ ବାଘର ଗତିବିଧି କୁ ନଜର ରଖିଛି ବନ ବିଭାଗ। ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଆଡ଼କୁ ଚରାଇ ନେବାକୁ ବାରଣ କରିଛି ବନ ବିଭାଗ ।ବାଘ କୁ ଅନ୍ୟତ୍ର ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ jmj ନ୍ୟୁଜ

  • Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 1 ଅଗଷ୍ଟ 2026

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ