ବେସାହାରା ଚାରି କୁନି ଛୁଆ କୁ ସାହାଯ୍ୟର ହାତ ବଢ଼େଇବା ପାଇଁ ନିବେଦନ ।

Spread the love

କୋଦଳାଜେଏମଜେ ନ୍ୟୁଜ (କୃଷ୍ଣ ପଲେଇ ): -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା ।ବେସାହାରା ହୋଇଗଲେ ଚାରି କୁନି ଛୁଆ । ୨୦୨୫ ମସିହାରେ ସେମାନଙ୍କ ବାପା ବାହନ ଡାକୁଆ (୪୦) ଙ୍କ ଦେହାନ୍ତ ହୋଇଥିଲା । ଦୁଃଖ କଷ୍ଟରେ ମା ସୁକାନ୍ତି ୪ ସନ୍ତାନକୁ ନେଇ ଯେନେତେନେ ପ୍ରକାରେ ଚଳି ଆସୁଥିଲେ । ବିଧିର ବିଧାନ କେତେ ଦାରୁଣ । ଗତ ୭ ତାରିଖ ଦିନ ତାଙ୍କ ମା ସୁକାନ୍ତି ଡାକୁଆ (୩୬)ଙ୍କ ଦେହାନ୍ତ ହୋଇଯାଇଛି । ଘରେ ୭୫ ବର୍ଷୀୟ ବୁଢ଼ୀ ମା। । ଏବେ କୁନି କୁନି ଚାରି ଛୁଆଙ୍କ ସାହାରା ହେବ କିଏ ?   ଚାରି ଛୁଆଙ୍କ ମଧ୍ୟରେ ୩ ଝିଅ ୧ ପୁଅ । ଘରେ ଟଙ୍କା ପଇସା ବୋଲି କିଛି ନାହିଁ । ଚାରି ଛୁଆଙ୍କ ମଧ୍ୟରୁ ବଡ ଝିଅ ପୂଜା ର ବୟସ ହେଉଛି ୧୫ । ସେ ଦଶମ ଶ୍ରେଣୀରେ ପଢୁଛି । ମଝିଆ ଝିଅ ଲିଜା ବୟସ (୧୩) ସେ ଅଷ୍ଟମ ଶ୍ରେଣୀରେ ପଢୁଛି  । ସାନ ଝିଅ ରାତ୍ରୀ ବୟସ (୧୦) ସେ ପଞ୍ଚମ ଶ୍ରେଣୀରେ ପଢୁଛି । ସବା ସାନ ହେଉଛି ପୁଅ ଭାଗବତ ଯାହାର ବୟସ ମାତ୍ର ୨ ବର୍ଷ । ଏଭଳି ଦୁଃଖଦ ଘଟଣା ଯିଏ ଶୁଣୁଛି ତା ଆଖରୁ ଲୁହ ଝରି ପଡ଼ୁଛି । ବର୍ତ୍ତମାନ ଅଜା ଆଇ ଏହି ଛୁଆ ମାନଙ୍କର ଦାୟୀତ୍ବ ନେଉଛନ୍ତି । ସେମାନଙ୍କ ଆର୍ଥିକ ପରିସ୍ଥିତି ମଧ୍ଯ ସ୍ୱଚ୍ଛଳ ନାହିଁ । ଗୋଟିଏ ପଟେ ଚାରି ଛୁଆଙ୍କ ଚଳିବା ପାଇଁ ଟଙ୍କାର ଆବଶ୍ୟକତା ଥିବା ବେଳେ ସେପଟେ ମାଆ ର ଶୁଦ୍ଧିକ୍ରିୟା କରିବା ପାଇଁ ଟଙ୍କା ନାହିଁ । ଏନେଇ ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟର ହାତ ବଢ଼େଇବା ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।ଅନ୍ୟ ପକ୍ଷରେ ବରିଷ୍ଠ ସମାଜସେବୀ ପ୍ରମୋଦକୁମାର ପଣ୍ଡା ଅସହାୟ ପରିବାରଙ୍କ ଘରେ ପହଁଚି ଥିବା ଜଣାଯାଇଛି।

  • jmjnewso

    Related Posts

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ହଳଦୀ କୁଣ୍ଡ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ଗୋଲକୁଣ୍ଡ ଗ୍ରାମରେ ଗୌଦାବରୀଶ ବିଦ୍ୟାଳୟ ସ୍ଥାପନ ନ କରି ହଳଦୀ କୁଣ୍ଡ…

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ବୁଧବାର ଶୁଭାରମ୍ଭ ହୋଇଛି। ଗଞ୍ଜାମ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ