ଜାତୀୟ ମଞ୍ଚରେ ଗଜପତିର ଛାତ୍ରୀ ଅନନ୍ୟାଙ୍କ କମାଲ

Spread the love

ରା.ଉଦୟଗିରି:ଜେଏମଜେ ନ୍ୟୁଜ (ମନୋଜ କୁମାର ପାଢୀ)-: 11/08/2026 ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦେଇ ଗଜପତି ଜିଲ୍ଲା ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରା.ଉଦୟଗିରି ବ୍ଲକ୍‌ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ। ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରେରଣ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସ୍ୱରଚିତ କବିତା ଓ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ।
ଏଥିରେ କୃତିତ୍ୱ ହାସଲ କରିବା ପରେ ଅନନ୍ୟା ଅଗଷ୍ଟ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଭଦନଗରଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସଫଳତାର ସହ କାର୍ଯ୍ୟକ୍ରମ ସମ୍ପନ୍ନ କରି ମାନପତ୍ର ହାସଲ କରିଛନ୍ତି। ଅନନ୍ୟା ବର୍ତ୍ତମାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କ ସହ ଯାଇଥିବା ତତ୍ତ୍ୱାବଧାରିକା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତିଙ୍କୁ ଏହି ସମ୍ମାନ ସମର୍ପଣ କରିଥିବା ଅନନ୍ୟା କହିଛନ୍ତି। ତାଙ୍କ ଏହି ସଫଳତାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

  • jmjnewso

    Related Posts

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦୀର୍ଘ ଦିନ ପରେ ଖୋଲିଲା ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ହୁଣ୍ଡି। ହୁଣ୍ଡିରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା, ରୂପା ଓ ବିଦେଶୀ ମୁଦ୍ରା। ମନ୍ଦିର ପରିସରରେ ଥିବା ୫ଟି ହୁଣ୍ଡି ଖୋଲାଯାଇଥିବା…

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    Spread the love

    Spread the loveବୁଗୁଡ଼ା,୦୪/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

    Leave a Reply

    Your email address will not be published. Required fields are marked *

    You Missed

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।