ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Spread the love

ଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ରଘୁନାଥପୁର ସ୍ଥିତ ପିତାମ୍ବର କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷରେ ଆଜି ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ରହ୍ମପୁର ଡ଼ିଏମ ଶଙ୍କର୍ଷଣ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଉପ ଜିଲ୍ଳାପାଳ ଶିବାଶିଷ ବରାଳ ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ବିପର୍ଯ୍ୟୟ ସମୟରେ ଧର୍ୟ୍ଯର ସହ ମୁକାବୁଲା କରିବା,ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷା ଦେବା ତାହାରି ଉପରେ କହିଥିଲେ l ମୁଖ୍ୟବକ୍ତା ଅତିଥି ଭାବେ ବ୍ରହ୍ମପୁର ଡ଼ି ଏଫ ଓ ଶନ୍ନି ଖୋକର ଯୋଗ ଦେଇ ବିପର୍ଯ୍ୟୟ ପୂର୍ବ ଓ ପରେ ବନ ବିଭାଗର ଭୂମିକା ଓ ଦାୟିତ୍ୱ ଉପରେ କହିଥିଲେ l ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାପସ କୁମାର ଦାଶ,ଛତ୍ରପୁର ଏବିଡ଼ିଓ ସୁଧାଂଶୁ ଶେଖର ତରେଇ,ରାଜସ୍ୱ ସୁପରଭାଇଜର ଇତିମୟୀ ବେହେରା,ଏଏଫଓ ଡ଼ି.ମଲ୍ଲିକ,ଚମାଖଣ୍ଡି ଥାନା ଏଏସଆଇ ପରମେଶ୍ୱର ମଲ୍ଲିକ,ଓଡ୍ରାଫ ହାବିଲଦାର ନିର୍ମଳ କୁମାର ବେହେରା,ଏସ ଡ଼ି ଏମ ମୋହନା ଜଯାତି କିଶୋର ନନ୍ଦି ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ପୂର୍ଵ ଓ ପରବର୍ତ୍ତୀ ସମୟରେ ଅଗ୍ନିଶମ ବିଭାଗର,ଆରକ୍ଷୀ ବିଭାଗର,ରାଜସ୍ୱ ବିଭାଗର,ଓଡ୍ରାଫର କାର୍ଯ୍ୟ,ଜଙ୍ଗଲ ବିଭାଗର ଭୂମିକା ଓ ଦାୟିତ୍ୱ ଉପରେ ନିଜ ନିଜ ମତ ରଖିଵା ସହ ଡେମୋ ପଦର୍ଶନ କରାଇଥିଲେ l ଏହି କାର୍ଯ୍ୟକ୍ରମକୁ ଏସ ଡ଼ି ଏମ ଖଲ୍ଲିକୋଟ ମନୋଜ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ଏସ ଡ଼ି ଏମ ଟାଇଟନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବନ ଉନ୍ନୟନ ନିଗମର ଅଧିକାରୀ ଓ କର୍ମଚାରୀ,କାଠ ବ୍ୟବସାୟୀ,ଗଛ କଟାଳି,ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ l

  • jmjnewso

    Related Posts

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ହଳଦୀ କୁଣ୍ଡ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ଗୋଲକୁଣ୍ଡ ଗ୍ରାମରେ ଗୌଦାବରୀଶ ବିଦ୍ୟାଳୟ ସ୍ଥାପନ ନ କରି ହଳଦୀ କୁଣ୍ଡ…

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ବୁଧବାର ଶୁଭାରମ୍ଭ ହୋଇଛି। ଗଞ୍ଜାମ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ