ଦୁର୍ଘଟଣା ରୋକିବାକୁ ବୁଲା ପଶୁଙ୍କ ବେକରେ ରେଡିୟମ ବେଲ୍ଟ

Spread the love

ବ୍ରହ୍ମପୁର: ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ସହର ଓ ଜାତୀୟ ରାଜପଥରେ ବୁଲା ପଶୁଙ୍କ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବ୍ରହ୍ମପୁରରେ ଏକ ଅଭିନବ ପଦକ୍ଷେପ ଆରମ୍ଭ ହୋଇଛି। ରାତି ସମୟରେ ରାସ୍ତାରେ ବୁଲୁଥିବା କିମ୍ବା ଶୋଇ ରହୁଥିବା ବୁଲା ଗାଈଗୋରୁଙ୍କୁ ଯାନଚାଳକମାନେ ସହଜରେ ଚିହ୍ନଟ କରିପାରିବେ ବୋଲି ସେମାନଙ୍କ ବେକରେ ରେଡିୟମ ବେଲ୍ଟ ପିନ୍ଧାଇବା ଅଭିଯାନର ଶୁଭାରମ୍ଭ କରାଯାଇଛି।

ଏଥିପାଇଁ ୭ଟି ଟିମ୍ ଗଠନ କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ବିଜିପୁର, ଗୋସାଣୀନୂଆଗାଁ, ଗାନ୍ଧୀନଗର, ଷ୍ଟେସନ୍ ରୋଡ୍, ହିଲପାଟଣା, ଆସ୍କା ରୋଡ୍ ସମେତ ସହରର ବିଭିନ୍ନ ସ୍ଥାନରେ ୭୫ଟି ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ବେକରେ ରେଡିୟମ ବେଲ୍ଟ ପିନ୍ଧାଯାଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ସଭାପତିତ୍ୱ କରିଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼. ଭବାନୀ ଶଙ୍କର ଶତପଥୀ, ସିଟି ପ୍ରାଣୀ ଚିକିତ୍ସାଧିକାରୀ ଡ଼. ସତ୍ୟନାରାୟଣ କର, ଜିଲ୍ଲା ଏସ୍‌ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କ ସମେତ ବହୁ ପଶୁପ୍ରେମୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହର ଏବଂ ଜାତୀୟ ରାଜପଥରେ ରାସ୍ତା ଉପରେ ଥିବା ୫୨ଟି ଗାଈଗୋରୁ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା କେବଳ ପଶୁଙ୍କ ସୁରକ୍ଷା ପାଇଁ ନୁହେଁ, ବରଂ ଯାନଚାଳକଙ୍କ ଜୀବନ ପ୍ରତି ମଧ୍ୟ ଗୁରୁତର ବିପଦ ସୃଷ୍ଟି କରୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ କହିଛନ୍ତି ଯେ, ରେଡିୟମ ବେଲ୍ଟ ବ୍ୟବହାର ଫଳରେ ରାତି ସମୟରେ ଗାଈଗୋରୁ ଦୂରରୁ ଯାନଚାଳକଙ୍କ ନଜରକୁ ଆସିବେ, ଯାହା ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ। ଆଗାମୀ ଦିନରେ ଅଧିକ ସଂଖ୍ୟକ ବୁଲା ପଶୁଙ୍କୁ ଏହି ବେଲ୍ଟ ପିନ୍ଧାଇବା ସହ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସ କହିଛନ୍ତି ଯେ, ବୁଲା ପଶୁଙ୍କ ସୁରକ୍ଷା ପାଇଁ ରେଡିୟମ ବେଲ୍ଟ ଏକ ପ୍ରଭାବଶାଳୀ ବ୍ୟବସ୍ଥା। ରାତିରେ ଏହାର ପ୍ରତିଫଳିତ ଆଲୋକ ଯୋଗୁଁ ଯାନଚାଳକମାନେ ପୂର୍ବରୁ ସତର୍କ ହୋଇପାରିବେ ଏବଂ ଦୁର୍ଘଟଣାର ଆଶଙ୍କା ଅନେକାଂଶରେ କମିବ।
ବିଧାୟକ କେ. ଅନୀଲ କୁମାର କହିଛନ୍ତି ଯେ, ସଡ଼କ ସୁରକ୍ଷା କ୍ଷେତ୍ରରେ ଏହା ଏକ ସକାରାତ୍ମକ ଓ ଜନହିତକର ପଦକ୍ଷେପ। ପ୍ରଶାସନ, ପ୍ରାଣୀ ସମ୍ପଦ ବିଭାଗ ଓ ପଶୁପ୍ରେମୀଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିପରି ଗାଈ ମାଲିକମାନଙ୍କୁ ନିଜ ଗୋରୁଗାଈଙ୍କୁ ରାସ୍ତାରେ ମୁକ୍ତ ଭାବେ ଛାଡ଼ି ନଦେଇ ସେମାନଙ୍କର ଯଥାର୍ଥ ଯତ୍ନ ଓ ସୁରକ୍ଷା ପ୍ରତି ସଚେତନ ରହିବାକୁ ସେ ଆହ୍ୱାନ ଜଣାଇଥିଲେ।

  • jmjnewso

    Related Posts

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦୀର୍ଘ ଦିନ ପରେ ଖୋଲିଲା ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ହୁଣ୍ଡି। ହୁଣ୍ଡିରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା, ରୂପା ଓ ବିଦେଶୀ ମୁଦ୍ରା। ମନ୍ଦିର ପରିସରରେ ଥିବା ୫ଟି ହୁଣ୍ଡି ଖୋଲାଯାଇଥିବା…

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    Spread the love

    Spread the loveବୁଗୁଡ଼ା,୦୪/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

    Leave a Reply

    Your email address will not be published. Required fields are marked *

    You Missed

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।