ଓଏଭି ଛାତ୍ରାବାସରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଅଭିଯୋଗ

Spread the love


ଧରାକୋଟ: ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): ଧରାକୋଟ ବ୍ଲକ ଚାରିଛକ ନିକଟସ୍ଥ କୁସଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣାଧୀନ ପୁରୁଷ ଛାତ୍ରାବାସରୁ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ଓ ଜଳଯୋଗାଣ ସାମଗ୍ରୀ ଚୋରି ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, କୁସଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୁରୁଷ ଛାତ୍ରାବାସ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି। ଛାତ୍ରାବାସ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କିଛି ବିଦ୍ୟୁତ ଓ ଜଳଯୋଗାଣ କାର୍ଯ୍ୟ ବାକି ରହିଥିଲା। ଆସନ୍ତା ମଙ୍ଗଳବାର ଦିନ ଛାତ୍ରାବାସ ହସ୍ତାନ୍ତର ପାଇଁ ଦିନ ଧାର୍ଯ୍ୟ ହେବା ପରେ ଠିକାଦାର ଟୁଟୁ ପ୍ରଧାନ ଓ ବିଦ୍ୟୁତ ମିସ୍ତ୍ରୀ ସନ୍ତୋଷ କୁମାର ସାହୁ ଛାତ୍ରାବାସରେ ପହଞ୍ଚିଥିଲେ।
ସେମାନେ ଏକ ନିର୍ଦ୍ଦିଷ୍ଟ କୋଠରୀରେ ରଖାଯାଇଥିବା ବିଦ୍ୟୁତ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ କୋଠରୀର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଭିତରେ ରଖାଯାଇଥିବା ୪ଟି ଇନଭର୍ଟର, ୪ଟି ବ୍ୟାଟେରୀ, ୨ଟି ପାଣି ମୋଟର, ୨୪ଟି ପଙ୍ଖା, ୨୨ ବଣ୍ଡଲ୍ ୱାୟାରିଂ ତାର, ପାଣି ପାଇପ୍ ଫିଟିଂ ସାମଗ୍ରୀ ସମେତ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା।
ଘଟଣା ସମ୍ପର୍କରେ ଡାକିବଜା ଗ୍ରାମର ବିଦ୍ୟୁତ ମିସ୍ତ୍ରୀ ସନ୍ତୋଷ କୁମାର ସାହୁ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବଡ଼ଗଡ଼ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛି।

  • jmjnewso

    Related Posts

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    Spread the love

    Spread the loveବୁଗୁଡ଼ା,୦୪/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    Spread the love

    Spread the loveବରଗଡ଼ : ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନ ଭେଡେନର ରେଶମ, ଅରେଇଗୁଡି, ଅଇଁଲାପାଲି ଓ ଲୁହାଖଣ୍ଡି ପଞ୍ଚାୟତକୁ ନେଇ ନୂଆଁଖାଇ ବନ୍ଧୁମିଳନ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ