କଟକଣା ଏବଂ ଜରିମାନାକୁ କାହାରି ଖାତିର ନାହିଁ ।ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା

Spread the love

ଜେଏମଜେ ବ୍ୟୁରୋ : ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା । ପ୍ଲାଷ୍ଟିକ୍ରେ ତିଆରି ଜାତୀୟ ପତାକା ତିଆରି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ନିର୍ଦ୍ଦେଶନାମା ରହିଛି । ମାତ୍ର ବାସ୍ତବ ଚିତ୍ର ଏକଦମ୍ ଓଲଟା । ଏବେ ବଜାର ଖୋଲାଖୋଲି ଭାବେ ପ୍ଲାଷ୍ଟିକ ପତାକା ବିକ୍ରି ହେଉଛି । କଟକଣା ଏବଂ ଜରିମାନାକୁ କାହାରି ଖାତିର ନାହିଁ ।ଭାରତୀୟ ଜାତୀୟ ପତାକା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଏବଂ କଡା ନିର୍ଦ୍ଦେଶାବଳୀ ମୁଖ୍ୟତଃ ‘ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ୨୦୦୨’ ଏବଂ ‘ଜାତୀୟ ସମ୍ମାନ ଅବମାନନା ନିବାରଣ ଆଇନ, ୧୯୭୧’ ଅନ୍ତର୍ଗତ କାର୍ଯ୍ୟକାରୀ ହୋଇଆସୁଛି । ନିୟମ ଅନୁଯାୟୀ ଜାତୀୟ ପତାକା କେବଳ ହାତବୁଣା ଖଦି, କଟନ, ସିଲ୍କ କପଡ଼ାରେ ତିଆରି ହେବାର ନିୟମ ରହିଛି । ଏଥିରେ କୌଣସି ପ୍ରକାର ପ୍ଲାଷ୍ଟିକ୍ ବ୍ୟବହାର ପାଇଁ ଅନୁମତି ନାହିଁ ।ଯାହା କୁହାଯାଉଛି ପ୍ଲାଷ୍ଟିକ୍ ପରିବେଶ ଅନୁକୂଳ ନୁହେଁ । ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସ ପରେ ପ୍ଲାଷ୍ଟିକ ପତାକା ରାସ୍ତାକଡ଼ରେ, ନାଳରେ, ଆବର୍ଜନା କୁଣ୍ଡରେ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳେ । ତ୍ରିରଙ୍ଗାକୁ ଏଣେତେଣେ ପକାଯିବା ଏବଂ ଏହାକୁ କେହି ପାଦରେ ମାଡ଼ିବା ଏବଂ ଏହା ଉପରେ ଗାଡ଼ି ଚଢ଼ାଇବା ଏକ ବଡ଼ଧରଣ ଅବମାନନା ଅଟେ ।

ତେଣୁ ପ୍ଲାଷ୍ଟିକ୍ ପତାକା ଉପରେ କଟକଣା କରାଯାଇଥିଲା ।ଯେତେବେଳେ ଏହାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି, ତଥାପି ଉତ୍ପାଦନ ବନ୍ଦ ହେଉନାହିଁ । ଏହାର ମୂଳ ଉତ୍ସକୁ ଖୋଜି ଉତ୍ପାଦନକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ କରାଗଲେ ଏହା ବନ୍ଦ ହେବ । ଉଲ୍ଲଘଂନକାରୀଙ୍କ ବିରୋଧରେ ଫୌଜଦାରୀ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଗଲେ ଏହି କାରବାରରେ ବ୍ରେକ୍ ଲାଗିପାରିବ ବୋଲି ମତ ପ୍ରକାଶ ପାଉଛି।

  • jmjnewso

    Related Posts

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    Spread the love

    Spread the loveକୋରାପୁଟ : ଜେମେଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଲ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ…

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    Spread the love

    Spread the loveଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁର୍ଲାପଡା ରେ କେବଳ ଆଦିବାସୀ ୧୪ ଟି ପରିବାର ର ୪୫ ଜଣ ବସବାସ କରୁଥିବା ବେଳେ ଜଣେ ପରିବାର ଛଡା…

    Leave a Reply

    Your email address will not be published. Required fields are marked *

    You Missed

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି