୩୬ ମାମଲାରେ ବିଚାର ଶେଷ; ସବୁଥିରୁ ନିର୍ଦ୍ଦୋଷରେ ଖଲାସ ଆଜାଦ

Spread the love

ଜେଏମଜେ ବ୍ୟୁରୋ : ଦୀର୍ଘବର୍ଷ ଧରି ବିଭିନ୍ନମାଓବାଦୀ ହିଂସା ମାମଲାରେ ଜେଲ୍‌ରେ ଥିବା ମାଓନେତା ଡୋନା କେଶବ ରାଓ ଓରଫ ଆଜାଦ ଆଜି ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି ହୋଇଥିଲା। ଆଜି ଶେଷ ମାମଲାରେ ମଧ୍ୟ ତାଙ୍କୁ ଖଲାସ କରାଯିବା ପରେ ଜେଲ୍‌ରୁ ମୁକୁଳିବା ବାଟ ଫିଟିଛି।

ଆଜାଦଙ୍କ ବିରୋଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମୋଟ ୪୯ଟି ମାମଲା ରହିଥିଲା। ସେଥିମଧ୍ୟରୁ ଓଡ଼ିଶାରେ ୩୭ଟି ମାମଲା ଥିବା ବେଳେ ପାରଳାଖେମୁଣ୍ଡିରେ ୩୬ଟି ଓ ରାୟଗଡ଼ାରେ ଗୋଟିଏ ମାମଲା ରହିଥିଲା। ଅବଶିଷ୍ଟ ୧୨ଟି ମାମଲା ଆନ୍ଧ୍ରପ୍ରଦେଶରେ ଥିବା ଜଣାପଡ଼ିଛି। ଗତ ୧୪ ବର୍ଷ ଧରି ବିଭିନ୍ନ ମାମଲାରେ ଆଜାଦ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ରହିଥିଲେ। ତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଦୀର୍ଘଦିନ ଧରି ବିଚାର ହୋଇପାରୁନଥିବାରୁ ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ

ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଅଦାଲତ ଗଠନ କରି ଏକ ବର୍ଷ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ନିର୍ଦ୍ଦେଶ ଅନୁଯାୟୀ ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଅଦାଲତ ଖୋଲାଯାଇଥିଲା। ଗଜପତି ଜିଲ୍ଲାରେ ଆଜାଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଏଠାରେ ଶୁଣାଣି ଆରମ୍ଭ ହୋଇଥିଲା। ପୂର୍ବରୁ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ କିଛି ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଆଜି ଶେଷ ମାମଲାରେ ମଧ୍ୟ ଖଲାସ ହେବା ପରେ ପାରଳାଖେମୁଣ୍ଡିରେ ଥିବା ୩୬ଟି ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି। 

ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଆଜାଦଙ୍କ ନାମରେ ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ମାଓ ହିଂସା ସମ୍ପର୍କିତ ଏକାଧିକ ମାମଲା ରହିଥିଲା। ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ବିଟ୍‌ ହାଉସ୍‌ ଉଡ଼ାଇବା, ପୁଲିସ ସହ ଗୁଳିବିନିମୟ, ଠିକାଦାର କ୍ୟାମ୍ପ୍‌ ଉପରେ ଆକ୍ରମଣ ଓ ସରକାରୀ ବସ୍‌ ପୋଡ଼ିବା ଭଳି ଘଟଣାରେ ତାଙ୍କ ବିରୋଧରେ ମାମଲା ରହିଥିଲା। ୨୦୧୧ ମସିହାରେ ନୟାଗଡ଼ ଜିଲ୍ଲାରେ ପୁଲିସ ଷ୍ଟେସନ୍‌ରେ ଆକ୍ରମଣ, ନିଆଁ ଲଗାଇବା ଓ ଅସ୍ତ୍ରଶସ୍ତ୍ର ଲୁଟ୍‌ ଘଟଣାରେ ଆଜାଦଙ୍କୁ ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା। ଏବେ ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ତାଙ୍କ ଜେଲ୍‌ରୁ ମୁକ୍ତି ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କ  ଓକିଲ ସ୍ୱରୂପ କୁମାର ପାଳଙ୍କ ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଅଦାଲତରେ ଚାଲିଥିବା ବିଚାର ପ୍ରକ୍ରିୟାରେ ଆଜାଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି ଶେଷ ହୋଇଛି ଏବଂ ଶେଷ ମାମଲାରେ ମଧ୍ୟ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

  • jmjnewso

    Related Posts

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    Spread the love

    Spread the loveକୋରାପୁଟ : ଜେମେଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଲ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ…

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    Spread the love

    Spread the loveଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁର୍ଲାପଡା ରେ କେବଳ ଆଦିବାସୀ ୧୪ ଟି ପରିବାର ର ୪୫ ଜଣ ବସବାସ କରୁଥିବା ବେଳେ ଜଣେ ପରିବାର ଛଡା…

    Leave a Reply

    Your email address will not be published. Required fields are marked *

    You Missed

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି