ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

Spread the love

ନୂଆଦିଲ୍ଲୀ : ଜେଏମଜେ ବ୍ୟୁରୋ : ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ପରୀକ୍ଷା ସୁଧାର ପାଇଁ ସରକାର ବଡ଼ ପଦକ୍ଷେପ ନେଉଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଉନ୍ନତ କରାଯାଉଛି। ସେ କହିଛନ୍ତି ଯେ, ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶ ସହିତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଜାତୀୟ ସ୍ୱାର୍ଥ, ବିଶେଷ କରି କୃଷକମାନଙ୍କ ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ।ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି , ‘ଅପରେସନ୍ ସିନ୍ଦୂର’ ଆତଙ୍କବାଦୀ ନେଟୱର୍କ ବିରୋଧରେ ସଠିକ ଆକ୍ରମଣ କରିବା, ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତାକୁ ପ୍ରଦର୍ଶିତ କରିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ, ସେମାନେ ଯେଉଁଠି ବି ଲୁଚି ରୁହନ୍ତୁ ନା କାହିଁକି। ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଭାରତକୁ ନକ୍ସଲ-ମୁକ୍ତ କରିବା ଏକ ବଡ଼ ଜାତୀୟ ସଫଳତା ଏବଂ ବସ୍ତରରେ ଦ୍ରୁତ ଗତିରେ ହେଉଥିବା ବିକାଶ ଓ ସାଂସ୍କୃତିକ ଭାଗିଦାରୀ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସ ୨୦୨୬ର ପୂର୍ବ ସନ୍ଧ୍ୟାରେ ସୁରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଯବାନମାନଙ୍କ ପାଇଁ ୭୮ଟି ବୀରତ୍ୱ ପୁରସ୍କାର ମଞ୍ଜୁର କରିଛନ୍ତି, ଯେଉଁଥିରେ ୧୩ଟି ମରଣୋତ୍ତର ପୁରସ୍କାର ଅନ୍ତର୍ଭୁକ୍ତ। ଏହି ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି – ୯ଟି କୀର୍ତ୍ତି ଚକ୍ର (୭ଟି ମରଣୋତ୍ତର) ,୧ଟି ବାର୍-ଟୁ-ଶୌର୍ଯ୍ୟ ଚକ୍ର ,୧୯ଟି ଶୌର୍ଯ୍ୟ ଚକ୍ର (୧ଟି ମରଣୋତ୍ତର), ୫ଟି ବାର୍-ଟୁ-ସେନା ମେଡାଲ୍ (ବୀରତ୍ୱ), ୩୬ଟି ସେନା ମେଡାଲ୍ (ବୀରତ୍ୱ) (୫ଟି ମରଣୋତ୍ତର), ୩ଟି ନୌସେନା ମେଡାଲ୍ (ବୀରତ୍ୱ) ,୫ଟି ବାୟୁସେନା ମେଡାଲ୍ (ବୀରତ୍ୱ) ଅନ୍ତର୍ଭୁକ୍ତ।ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ଏହି ବୀରତ୍ୱ ପୁରସ୍କାରଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ଜାରି କରାଯାଇଛି।

  • jmjnewso

    Related Posts

    ପାନୀୟ ଜଳ ଯୋଗାଣ ରୂ ବଞ୍ଚିତ ଚଢିଆପଡା ଗ୍ରାମବାସୀ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଚଢିଆପଡା ଗ୍ରାମର ୱାର୍ଡ ନଂ ୧ ରେ ଦୁଇମାସ ହେଲା ପାଇପରେ ପାନୀୟ ଜଳ ନଆସିବା ନେଇ…

    ସରକାରୀ କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ସବୁ କର୍ମଚାରୀ ରହିବେ ଶ୍ରମ ଆଇନ ପରିସରରେ।

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସାରା ଦେଶରେ ସରକାରୀ ବିଭାଗ, ସ୍କୁଲ ଏବଂ ହସ୍ପିଟାଲର କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ସେମାନେ ସମସ୍ତେ ଶ୍ରମ ଆଇନର ପରିସର ମଧ୍ୟରେ ରହିବେ। ୯ ଜଣଙ୍କ ମଧ୍ୟରୁ ୬…

    Leave a Reply

    Your email address will not be published. Required fields are marked *

    You Missed

    ପାନୀୟ ଜଳ ଯୋଗାଣ ରୂ ବଞ୍ଚିତ ଚଢିଆପଡା ଗ୍ରାମବାସୀ

    ପାନୀୟ ଜଳ ଯୋଗାଣ ରୂ ବଞ୍ଚିତ ଚଢିଆପଡା ଗ୍ରାମବାସୀ

    ବୌଦ୍ଧ ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ଶିବିର

    ବୌଦ୍ଧ ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ଶିବିର

    ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ

    ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ

    ସରକାରୀ କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ସବୁ କର୍ମଚାରୀ ରହିବେ ଶ୍ରମ ଆଇନ ପରିସରରେ।

    ସରକାରୀ କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ସବୁ କର୍ମଚାରୀ ରହିବେ ଶ୍ରମ ଆଇନ ପରିସରରେ।

    ବୀମା ନାହିଁ ତ ଗାଡ଼ିକୁ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ସୁପ୍ରିମକୋର୍ଟ

    ବୀମା ନାହିଁ ତ ଗାଡ଼ିକୁ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ସୁପ୍ରିମକୋର୍ଟ

    ଗାଁ ରେ ମିଳିବ ସହରୀ ସୁବିଧା : ଗାଁ ଭୋଟ୍ ପାଇଁ ଅଣ୍ଟା ଭିଡ଼ିଲେ ସରକାର

    ଗାଁ ରେ ମିଳିବ ସହରୀ ସୁବିଧା : ଗାଁ ଭୋଟ୍ ପାଇଁ ଅଣ୍ଟା ଭିଡ଼ିଲେ ସରକାର