ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ! ରେସ୍‌ରେ ଓଡ଼ିଶାରୁ ୫ ସାଂସଦ

Spread the love

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ସୋମବାର ନୂଆ ଟିମ୍ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍‌ରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ଓଡ଼ିଶାରୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିବା ବେଳେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ସଂଯୋଜକ ଦାୟିତ୍ବ ମିଳିଛି ।ତେବେ ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା ହେବା ପରେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଜୋର୍‌ ଧରିଛି ଚର୍ଚ୍ଚା । ମୋଦି ସରକାରଙ୍କ ୩ୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଓଡ଼ିଶାରୁ କେଉଁ ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିପାରେ, ତାକୁ ନେଇ ମଧ୍ୟ ଆଲୋଚନା ଚାଲିଛି । ଏହି ଚର୍ଚ୍ଚାରେ ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସୁକାନ୍ତ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ ଓ ନବଚରଣ ମାଝୀଙ୍କ ନାଁ ରହିଛି । ତେବେ ଏହା ଏବେ ଚର୍ଚ୍ଚା ଓ ସମ୍ଭାବନା ମଧ୍ୟରେ ସୀମିତ ରହିଛି । ବର୍ତ୍ତମାନର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ତାଲିକାରେ ମଧ୍ୟ ଏହି ପାଞ୍ଚ ଜଣଙ୍କ ନାଁ ନାହିଁ । ଓଡ଼ିଶାରୁ ୨ ରୁ ୩ ଜଣ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ନାଁ ମନ୍ତ୍ରୀ ରେସ୍‌ରେ ଆଗରେ ରହିଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସଂଗଠନରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଇଥିଲେ ମନମୋହନ । ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ତାଙ୍କର ବିଶେଷ ଭୂମିକା ରହିଥିବା ବେଳେ ତାଙ୍କୁ କେନ୍ଦ୍ରରେ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି ।

ମନମୋହନ ସାମଲ:

ଅପରାଜିତା ଷଡ଼ଙ୍ଗୀ:

ଭୁବନେଶ୍ୱରରୁ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ରେସ୍‌ରେ ରହିଛନ୍ତି । ସଂସଦୀୟ ଅଭିଜ୍ଞତା ଓ ପ୍ରଶାସନିକ ପୃଷ୍ଠଭୂମି ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଛି । ତେଣୁ ତାଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ମିଳିବ କି ନାହିଁ, ତାହା ନେଇ ଚର୍ଚ୍ଚା ଚାଲିଛି ।

ସୁକାନ୍ତ ପାଣିଗ୍ରାହୀ:

କନ୍ଧମାଳ ଲୋକସଭା ଆସନରୁ ନିର୍ବାଚିତ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ମଧ୍ୟ ମନ୍ତ୍ରୀ ଦୌଡ଼ରେ ଚର୍ଚ୍ଚା ହେଉଛି । ଓଡ଼ିଶାର ଆଦିବାସୀ ଓ ପଛୁଆ ଅଞ୍ଚଳର ପ୍ରତିନିଧିତ୍ୱ ଦୃଷ୍ଟିରୁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରଦୀପ ପୁରୋହିତ:

ବରଗଡ଼ ଅଞ୍ଚଳର ରାଜନୀତିରେ ସକ୍ରିୟ ପ୍ରଦୀପ ପୁରୋହିତଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି । ଦଳୀୟ ସଂଗଠନ ଓ ରାଜ୍ୟ ରାଜନୀତିରେ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ଦାୟିତ୍ୱ ମିଳିବାର ସମ୍ଭାବନା ନେଇ ଆଲୋଚନା ହେଉଛି ।

ନବଚରଣ ମାଝୀ:

ଆଦିବାସୀ ଅଞ୍ଚଳର ପ୍ରତିନିଧିତ୍ୱ ଓ ରାଜନୈତିକ ସମୀକରଣ ଦୃଷ୍ଟିରୁ ନବଚରଣ ମାଝୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଜଣେ ଗ୍ରାସ୍ ରୁଟ୍‌ ଲିଡର ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି ।

ତେବେ ଏହି ପାଞ୍ଚ ନେତାଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ କରାଯିବ, ସେ ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ୱ ନେବେ । ତେଣୁ ଚର୍ଚ୍ଚା ଭିତରେ ଓଡ଼ିଶାରୁ ମୋଦିଙ୍କ ଟିମ୍‌ରେ କିଏ ସ୍ଥାନ ପାଉଛନ୍ତି, ଏବେ ସମସ୍ତଙ୍କ ନଜର ସେହି ନିଷ୍ପତ୍ତି ଉପରେ ।

  • jmjnewso

    Related Posts

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ