ଜେଏମଜେ ବ୍ୟୁରୋ : ଗାଡ଼ି ଭଡ଼ା ବିଲ୍ ପାସ୍ କରାଇବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ସଦର ସିଡିପିଓ ମଧୁସ୍ମିତା ମହାନ୍ତି। ଆଉ ମାତ୍ର ୨ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ, ହେଲେ ବାଲେଶ୍ୱର ଆସିବାର ମାତ୍ର ୨ ମାସ ଭିତରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଏବେ ଗିରଫ ହୋଇଛନ୍ତି।
ଗାଡ଼ି ଭଡ଼ା ବିଲ୍ ପାସ୍ କରିବା ପାଇଁ ଜଣେ ଗାଡ଼ି ମାଲିକ ଦୀର୍ଘ ଦିନ ହେବ ସିଡିପିଓ ଅଫିସ୍ ଦୌଡ଼ୁଥିଲେ। ହେଲେ ବିଲ୍ ପାସ୍ ବଦଳରେ ସିଡିପିଓ ମାଡାମ ସିଧାସଳଖ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ମାଡାମଙ୍କୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି। ଗିରଫ ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସର ତଲାସି ଜାରି ରହିଛି।







