ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ

Spread the love

ବୁଗୁଡ଼ା,୨୦/୦୮ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ପ୍ରଭୁ ବଳଦେବ ଜିଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥ‌ିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ । ରାକ୍ଷୀ ପୂର୍ଣିମା ଦିନ ଭଉଣୀମାନେ ଚନ୍ଦନ,ହଳଦୀ, ଦୀପ, ଅରୁଆ ଚାଉଳ ରଖି ପୂଜାଥାଳି ପ୍ରସ୍ତୁତ କରି ଭାଇ ହାତରେ ରାକ୍ଷୀ ବାନ୍ଧି ତା’ର ଶୁଭମନାସୀ ଦୀର୍ଘାୟୁ କାମନା କରିଥାନ୍ତି।

ଭାଇ ନିଜ ଭଉଣୀର ସୁଖଦୁଃଖରେ ସହଭାଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥାଏ ।ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଦିନ ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ଉତ୍ସବ। ରକ୍ଷାବନ୍ଧନ ଉତ୍ସବକୁ ନେଇ ବୁଗୁଡ଼ାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇ ପଡିଥିଲା ବେଳେ ରାକ୍ଷୀ ବ୍ୟବସାୟ ଜୋର୍ ଧରିଛି । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବୁଗୁଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ରେ ଉତ୍ସାହ ଭରି ରହିଥିବା ବେଳେ ମାଳ ମାଳ ରାକ୍ଷୀ ଦୋକାନ ଦେଖିବାକୁ ମିଳିଛି । ଅଧିକାଂଶ ଦୋକାନରେ ଶତାଧିକ ପ୍ରକାରର ରାକ୍ଷୀ ବିକ୍ରି ହେଉଥିବା ବେଳେ ୫ ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କାର ରାକ୍ଷୀ ବିକ୍ରି ହେଉଛି । ବିଶେଷ କରି ବ୍ରେସଲେଟ୍ ଶୈଳୀର ଷ୍ଟୋନ୍ ରାକ୍ଷୀର ଚାହିଦା ବେଶ୍ ରହିଛି । ଅନ୍ୟପକ୍ଷରେ, ରାକ୍ଷୀ ବିକ୍ରି କରୁଥିବା ବ୍ୟବସାୟୀମାନେ ଏ ବର୍ଷ ରାକ୍ଷୀ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଥିବା ଜଣାଯାଇଛି ।

  • jmjnewso

    Related Posts

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    Spread the love

    Spread the love ବ୍ରହ୍ମପୁର : ଜେଏମଜେ ନ୍ୟୁଜ : ଛାତ୍ର ସଂସଦ ନିର୍ବାଚନର ବିଜ୍ଞପ୍ତି ଆସିବାର କିଛି ଘଣ୍ଟା ମଧ୍ୟରେ ଖଲ୍ଲିକୋଟ କଲେଜରେ ଦେଖିବାକୁ ମିଳିଛି କିଛି ଛାତ୍ରଙ୍କ ଅରାଜକତା l ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ…

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    Spread the love

    Spread the loveଜେଏମଜେ ବ୍ୟୁରୋ : କନ୍ଧମାଳ ଦଙ୍ଗା କମିଶନ ଫାଇଲ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ନୋଟିସ କରିଥିବା ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ ଆଇଜିପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।ଭିକେ ପାଣ୍ଡିୟାନ, ମନୋଜ ମିଶ୍ର…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ