ସରକାରୀ କ୍ଷୟକ୍ଷତିର ଭରଣା କରିବେ ଅଟୋ ଚାଳକ, ରଦ୍ଦ ହେବ ଲାଇସେନ୍ସ : ମନ୍ତ୍ରୀ

Spread the love

ଅଟୋ ଚାଳକଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ କଡ଼ା ଆଭିମୁଖ୍ୟ ଆପଣାଇଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆନ୍ଦୋଳନ ନାଁରେ ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜାକୁ ନେଇ ମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, “ସହରରେ ଯେଉଁ କ୍ଷତି ହୋଇଛି, ତାହା ଅଟୋ ଚାଳକମାନେ ଭରଣା କରିବେ।” ଏଥିସହ ହିଂସା ଓ ଗୁଣ୍ଡାଗିରିରେ ସାମିଲ ଥିବା ଚାଳକଙ୍କ ବେଆଇନ ଅଟୋ ଷ୍ଟାଣ୍ଡକୁ ଭଙ୍ଗାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ଆନ୍ଦୋଳନକାରୀମାନେ ଆଇନକୁ ହାତକୁ ନେଇଛନ୍ତି ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ତେଣୁ ଆନ୍ଦୋଳନ ନାଁରେ ହିଂସା ଓ ଭଙ୍ଗାରୁଜାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ସରକାରୀ ଗାଡ଼ି ଭାଙ୍ଗି ଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭଙ୍ଗାରୁଜା କରିଥିବା ଅଟୋ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ।ବୁଧବାର ମାଷ୍ଟରକ୍ୟାଣ୍ଟିନ୍‌ରେ ପାଉଣା ବୃଦ୍ଧି ଦାବିରେ ଆନ୍ଦୋଳନ କରୁଥିବା ଅଟୋ ଓ ଅନ୍‌ଲାଇନ୍ ଡ୍ରାଇଭରଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ମାଷ୍ଟରକ୍ୟାଣ୍ଟିନ୍ ବସ୍ ଡିପୋରେ ଧସେଇ ପଶି ଭଙ୍ଗାରୁଜା ସହ ‘ଆମ ବସ୍’ ଓ ପୁଲିସ ଗାଡ଼ିକୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଆନ୍ଦୋଳନକାରୀମାନେ ୧୬ଟି ‘ଆମ ବସ୍’କୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ସେଥିରୁ ୧୨ଟି ଏସି ଓ ୪ଟି ନନ୍-ଏସି ବସ୍। ବସ୍‌ ଗୁଡ଼ିକର କାଚ, ୱିଣ୍ଡସିଲ୍ଡ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ନଷ୍ଟ ହୋଇଛି। କ୍ରୁଟ୍‌ର ଆକଳନ ଅନୁସାରେ କ୍ଷୟକ୍ଷତି ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ।

ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ଅଭିମୁଖେ ଶହ ଶହ ଡ୍ରାଇଭର ଶୋଭାଯାତ୍ରା କରିବା ପରେ ଜନପଥରେ ରାସ୍ତାରୋକ କରିଥିଲେ। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ପୁଲିସ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ରହିଛି। ଏଥିରେ ୧୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା କୁହାଯାଇଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦିନ ପ୍ରାୟ ୧ଟାରୁ ପୁଲିସ ଲାଠିଚାର୍ଜ କରିଥିଲା। ଘଟଣାରେ ଅନେକ ଡ୍ରାଇଭର ଆହତ ହୋଇଥିବା ବେଳେ ଜଣେ ଅଚେତ ହୋଇ ପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।ଅଭିଯୋଗ ଅନୁସାରେ ଆନ୍ଦୋଳନକାରୀମାନେ ୧୧ଟି ପୁଲିସ ଭ୍ୟାନ୍‌କୁ ମଧ୍ୟ କ୍ଷତିଗ୍ରସ୍ତ କରିଛନ୍ତି। ପରିସ୍ଥିତି ଦୃଷ୍ଟିରେ ମାଷ୍ଟରକ୍ୟାଣ୍ଟିନ୍ ଓ ଗାନ୍ଧିମାର୍ଗରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, ଘଟଣାରେ ଏପର୍ଯ୍ୟନ୍ତ ୧୧୩ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛିଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ହିଂସା, ପୁଲିସ ଉପରେ ଆକ୍ରମଣ ଓ ଭଙ୍ଗାରୁଜାରେ ସାମିଲ ଥିବା ଡ୍ରାଇଭରଙ୍କ ବିରୋଧରେ ଗିରଫଦାରି ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ଅଟୋ ଜବତ କରାଯାଇଥିବା ବେଳେ ୪୦୦ଟି ଅଟୋର ପଞ୍ଜୀକରଣ ବାତିଲ୍ କରାଯାଇଥିବା ସୂଚନା ମିଳିଛି।

୧୧୩ ଜଣ ଅନ୍‌ଲାଇନ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍)ର ଅନେକ ସଙ୍ଗୀନ ଦଫା ଯୋଡ଼ା ଯାଇଛି । ବିଏନ୍ଏସ୍‌ର ୧୦୯(୧), ୧୯୦, ୧୯୫, ୧୮୯(୫), ୩୨୪ (୪), ୧୧୮ (୨), ୩୫୧(୨), ୩୫୧(୩), ୨୯୬, ୩(୫) ଓ ଅନ୍ୟାନ୍ୟ ଦଫା ଲାଗିଛି । ଗିରଫ ସମସ୍ତ ଅଟୋ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି।

  • jmjnewso

    Related Posts

    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।…

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    Spread the love

    Spread the loveବୁଗୁଡା,୨୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର…

    Leave a Reply

    Your email address will not be published. Required fields are marked *

    You Missed

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି