ପୁଲିସ ଇନ୍ସପେକ୍ଟରଙ୍କୁ ଗାଳି ଓ ଧମକ: ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗିରଫ

Spread the love

ବ୍ରହ୍ମପୁର : ଜେଏମଜେ ନ୍ୟୁଜ : ପୁଲିସ ଇନ୍ସପେକ୍ଟରଙ୍କୁ ଗାଳିଗୁଲଜ ସହ ଧମକ ଦେବା ଅଭିଯୋଗରେ ଗୋପାଳପୁର ପୁଲିସ ବିଜେପିର ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଗୋପାଳପୁର ଥାନା ଆଇଆଇସି ସତ୍ୟରଞ୍ଜନ ଲେଙ୍କା ପ୍ରକାଶ କରିଛନ୍ତି ।ଆଇଆଇସିଙ୍କ ସୂଚନା ପ୍ରକାରେ ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଏଏଚ୍‌ଡିୟୁ (ଆଇତୁ) ଅଧିକାରୀଙ୍କ ସହ ଏକ ଟିମ୍ ଗତକାଲି ରଙ୍ଗେଇଲୁଣ୍ଡାରେ ଏକ ହୋଟେଲରେ ଚଢ଼ଉ କରିଥିଲେ । ସେଠାରୁ ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ସମୟରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ପାତ୍ର ପହଞ୍ଚିଥିଳେ । ଆଇଏଏଚଟିୟୁ ଇନ୍ସପେକ୍ଟର ସୌଭାଗ୍ୟ ସ୍ୱାଇଁଙ୍କ ସହ ତାଙ୍କର କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ପରେ ସୋମନାଥ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଦେବା ସହ ନାବାଳକମାନଙ୍କୁ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲେ । ଏନେଇ ଇନ୍ସପେକ୍ଟର ସୌଭାଗ୍ୟ ସ୍ୱାଇଁ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ପୁଲିସ ସୋମନାଥଙ୍କୁ କୋର୍ଟ ଚାଲାଣ କରିଥିବା ଗୋପାଳପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି ।

  • jmjnewso

    Related Posts

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    Spread the love

    Spread the loveଖଲ୍ଲିକୋଟ: ଜେଏମଜେ ନ୍ୟୁଜ : ଭିଜିଲାନ୍ସ ଜାଲରେ ପଡ଼ିଲେ ଅସାଧୁ ପୋଲିସ ଅଫିସର । ଜେଲ୍ ପଠାଇଦେବାର ଭୟ ଦେଖାଇ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ । ସୂଚନା ଅନୁସାରେ, ଗୋଟିଏ…

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    Spread the love

    Spread the loveସୁବର୍ଣ୍ଣପୁର : ଜେଏମଜେ ନ୍ୟୁଜ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀରୁ କେବାଡ଼ ଯିବା କେନାଲ ରାସ୍ତାରେ ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ମୁତାବକ ଅଚ୍ୟୁତ ନାଏକ ବୟସ (୪୦)ପିତା ସଭାପତି…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା