ବିଜେପି କୁ ଅଡୁଆ ଆମଦାନୀ ନେତା : ବଢୁଛି ପତିଆରା ଲଢେଇ

Spread the love

ଜେଏମଜେ ବ୍ୟୁରୋ : ବିଜେପି ଯାହା କହୁନା କାହିଁକି ଦଳ ଭିତରେ ଯେ ଅସନ୍ତୋଷ କୁହୁଳୁଛି, ତାହା ଜଳ ଜଳ ହୋଇ ଦିଶୁଛି। ଏଇ କିଛି ଦିନର ଘଟଣାକ୍ରମ ସ୍ପଷ୍ଟ କରୁଛି, ଦଳ ଭିତରେ ସବୁ ଠିକଠାକ ଚାଲିନି। କ୍ଷମତା ପାଇଁ ଦଳକୁ ଆସିଥିବା ନେତାଙ୍କ ପଦପଦବୀ ପାଇଁ ଲବି ଓ ପତିଆରା ବୃଦ୍ଧି ଉଦ୍ୟମ ଦଳକୁ ଅଶ୍ୱସ୍ତିକର ପରିସ୍ଥିତି ଭିତରକୁ ଠେଲି ନେଇଛି।ସେପଟେ ୧୭ ବିଭାଗର ୩୨ଟି ବୋର୍ଡ ଓ ନିଗମ ପଦବୀ ପୁରଣ ହୋଇପାରୁନି ।
ଶାସକ ଦଳକୁ ଅଡୁଆ ଅନ୍ୟ ଦଳରୁ ଆସିଥିବା ନେତା। ନୂଆ-ପୁରୁଣା ନେତାଙ୍କ ରାଜନୈତିକ ପତିଆରା ଓ କ୍ଷମତା ହାସଲର ଲଢ଼େଇ, ଦଳକୁ ଓ କର୍ମୀଙ୍କୁ ଦ୍ୱନ୍ଦ୍ୱ ଭିତରକୁ ଠେଳି ଦେଉଛି। ଦୁଇ ଦିନ ହେଲା ସୁନ୍ଦରଗଡ଼ ସାଂସଦଙ୍କ ଅସନ୍ତୋଷ ପରୋକ୍ଷରେ ସେ ଦିଗକୁ ଇଙ୍ଗିତ କରୁଛି। ..କେବଳ ସୁନ୍ଦରଗଡ଼ ନୁହେଁ, ଗଞ୍ଜାମ ଜିଲ୍ଲାରେ ମନ୍ତ୍ରୀ ଓ ସାଂସଦଙ୍କ କଳି। ଖୋଦ ଭୁବନେଶ୍ୱରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମତାନ୍ତର। କିଛି ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡିର ପୂର୍ବତନ ବିଧାୟକ ଓ ସାଂସଦ ବିଜେପିରେ ମିଶିବା ପରେ ଜିଲ୍ଲାର ଛାମୁଆ ନେତାଙ୍କ ଖୋଲା ଅସନ୍ତୋଷ ଦେଖିବାକୁ ମିଳିଥିଲା। ବାଲେଶ୍ୱର ଓ ନିମାପଡ଼ାରେ ବି ଛକାପଞ୍ଝା ଲାଗିରହିଛି। ସିଧାସଳଖ ନହେଲେ ବି କେଉଁଠି ପରୋକ୍ଷରେ, ପୁଣି କେଉଁଠି କର୍ମୀଙ୍କ ଜରିଆରେ ଦଳୀୟ ଅସନ୍ତୋଷ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। କିନ୍ତୁ ଦଳୀୟ ବିଧାୟକ କହୁଛନ୍ତି ସବୁ ଠିକ୍ ଅଛି, ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ଆଗକୁ ଚାଲିବ ।ବିଜେପି ସରକାରକୁ ଆସିବା ପରେ କ୍ଷମତା ଲୋଭରେ ବିଜେଡି ଓ କଂଗ୍ରେସରୁ ଅନେକ ନେତା ଶାସନ ମୁହାଁ ହୋଇଥିଲେ। ଦଳ ମଧ୍ୟ ସେମାନଙ୍କୁ କିଛି ଆଗପଛ ନବିଚାରି କୋଳେଇ ନେଇଥିଲା। ସଂଗଠନ ବଢ଼ିଲା, ଦୁର୍ବଳ ଅଞ୍ଚଳରେ ସ୍ଥିତି ସୁଦୃଢ ବି ହେଲା, କିନ୍ତୁ ଦଳରେ ଅନେକ ଚେହେରା ଏବେ ଅଡ଼ୁଆ ବଢ଼ାଇଛି। ଏପଟେ ସରକାରକୁ ଦୁଇ ପୁରି ତିନି ଚାଲିଥିଲେ ମଧ୍ୟ ବିଭିନ୍ନ ବୋର୍ଡ ଓ ନିଗମରେ ନିଯୁକ୍ତି ହୋଇପାରୁନି। ନୂଆରେ ଦଳକୁ ଆସିଥିବା ନେତା ଓ ଦଳ ପାଇଁ ବର୍ଷବର୍ଷ ଖଟିଥିବା ନେତା ପଦପଦବୀ ପାଇଁ ଲବି ଜୋର ଚଳାଇଛନ୍ତି। ଏଭଳି ସନ୍ଧିକ୍ଷଣରେ ଦଳ କାହାକୁ କାଟି କାହାକୁ ଖୁସି କରିବ ନିଷ୍ପତ୍ତି ନେଇପାରୁନି ।ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ସେହି ସମୟରେ ବିରୋଧୀଙ୍କ ଅପେକ୍ଷା ଦଳୀୟ ଅସନ୍ତୋଷକୁ ତୁଟାଇ ନିର୍ବାଚନରେ ଏକ ହୋଇ ଲଢିବା ବିଜେପି ପାଇଁ ବଡ଼ ଆହ୍ୱାନ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 37 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 30 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 27 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 44 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 30 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 21 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି