ବୀମା ନାହିଁ ତ ଗାଡ଼ିକୁ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ସୁପ୍ରିମକୋର୍ଟ

Spread the love

ଜେଏମଜେ ବ୍ୟୁରୋ : କୌଣସି ଗାଡ଼ିର ବୈଧ ବୀମା ନ ଥିଲେ, ପେଟ୍ରୋଲ ପମ୍ପ୍‌ରେ ଉକ୍ତ ଗାଡ଼ିକୁ ତେଲ ବିକ୍ରି ନ କରିବା ପାଇଁ ଏକ ଯୋଜନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ଗତ ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ବୁଧବାର ପୁନର୍ବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି।ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ବୀମା ନ ଥାଇ ବହୁସଂଖ୍ୟାରେ ଗାଡ଼ି ରାସ୍ତାରେ ଚାଲୁଥିବା ପସଙ୍ଗକୁ ସର୍ବୋଚ୍ଚ ଅଦାଲତ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ବିନା ବୈଧ ବୀମାରେ ପେଟ୍ରୋଲ ପମ୍ପରେ ତେଲ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଉକ୍ତ ମାମଲା ପୁଣିଥରେ ଜଷ୍ଟିସ୍‌ ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଆସିଥିଲା। ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ଉପରେ ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳର କିଛି ଆଶଙ୍କା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଦର୍ଶାଇଥିଲେ। ଏଥିପାଇଁ ତେଲ ବିପଣନ କମ୍ପାନୀଗୁଡ଼ିକୁ ଡିଲାରମାନଙ୍କ ସହ ବସି ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆଇନଜୀବୀ କହିଥିଲେ। ତେବେ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ହେବ ଏବଂ ଦିଲ୍ଲୀରୁ ଏହା ଆରମ୍ଭ ହୋଇପାରେ ବୋଲି ଖଣ୍ଡପୀଠ କହିଛନ୍ତି।

  • jmjnewso

    Related Posts

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ