ରକ୍ଷାବନ୍ଧନ ତିଥିକୁ ନେଇ ଦ୍ବନ୍ଦ୍ବ:ଅଗଷ୍ଟ ୨୭ ନା ୨୮?

Spread the love

ପୁରୀ : ଜେଏମଜେ ନ୍ୟୁଜ : ରକ୍ଷା ବନ୍ଧନ ତିଥିକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି। ଦୁଇ ଦିନ ରହିଛି ପୂର୍ଣ୍ଣିମା ତିଥି। ଲୋକେ କେବେ ପାଳିବେ ପର୍ବ? କେବେ ଭାଇ ହାତରେ ରାଖି ବାନ୍ଧିବ ଭଉଣୀ? ଅଗଷ୍ଟ ୨୭ ନା ୨୮ ତାରିଖରେ ପାଳନ ହେବ ଗହ୍ମା ପର୍ବ ଓ ରାଖି ପୂର୍ଣ୍ଣିମା। ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଶ୍ରୀମନ୍ଦିର ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ, ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁଯାୟୀ ୨୮ ତାରିଖରେ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ରକ୍ଷାବନ୍ଧନ କିନ୍ତୁ ୨୭ ତାରିଖରେ ପାଳନ କରିବାକୁ ଜ୍ୟୋତିର୍ବିଦ୍ ପରାମର୍ଶ ଦେଇଛନ୍ତି।ସେପଟେ, ଘୋଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଜଗନ୍ନାଥ ସଂସ୍କୃତି ଆଧାରରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦିନରେ ହିଁ ରକ୍ଷାବନ୍ଧନ ପର୍ବ ପାଳିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିରରେ ୨୮ ତାରିଖରେ ଓ ଅନ୍ୟ ସମସ୍ତ ସ୍ଥାନରେ ୨୭ ତାରିଖରେ ପାଳନ କରିବାକୁ ସ୍ପଷ୍ଟ କରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା।

ସୂଚନା ମୁତାବକ, ରକ୍ଷାବନ୍ଧନ ଦିନ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ପାଳିତ ହୋଇଥାଏ। ଶ୍ରୀମନ୍ଦିରରେ ୨୮ ତାରିଖରେ ହିଁ ବଳଭଦ୍ର ଜନ୍ମ ପାଳନ ହେବ। ପଞ୍ଜିକା ଅନୁଯାୟୀ, ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରିବ। ଅଗଷ୍ଟ ୨୮ ତାରିଖ ସକାଳ ୯ଟା ୪୯ ବେଳକୁ ପୂର୍ଣ୍ଣିମା ତିଥି ଅପସରି ଯାଇଥିବ। ଅର୍ଥାତ୍ ୨୮ ତାରିଖରେ ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ପୂର୍ଣ୍ଣିମା ତିଥି ରହିବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଗୋଟିଏ ଦିନର ସୂର୍ଯ୍ୟ ଉଦୟ ସମୟରେ ଯେଉଁ ତିଥି ରହିଥାଏ, ସେହି ତିଥିରେ ପର୍ବ ପାଳନ ହୋଇଥାଏ। ସେହି କ୍ରମରେ ଶ୍ରୀମନ୍ଦିରରେ ୨୮ ତାରିଖରେ ହିଁ ଗହ୍ମା ପର୍ବ, ବଳଭଦ୍ର ଜନ୍ମ, ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ପାଳନ ହେବ। ସ୍କନ୍ଦ ପୁରାଣ ଅନୁଯାୟୀ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ବିଚାର କରି ୨୮ ତାରିଖରେ ପର୍ବ ପାଳନ କରାଯିବ। ଏ ସମ୍ପର୍କରେ ଜ୍ୟୋତିର୍ବିଦ ଓ ଗବେଷକ ହରିଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ଯେହେତୁ ୨୮ତାରିଖ ସକାଳ ୯ଟା ପରେ ଅର୍ଥାତ୍ ଦିନ ଆରମ୍ଭର ମାତ୍ର କେଇଘଣ୍ଟା ପରେ ତିଥି ନଥିବ, ତେଣୁ ସେହି ଦିନ ପର୍ବ ପାଳନ କରିବା ଉଚିତ ନୁହେଁ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ସେହିଦିନ ହିଁ ଉଦୟ ପର୍ବ ଅନୁଯାୟୀ ବଳଭଦ୍ର ଜନ୍ମ ଉତ୍ସବ ପାଳିତ ହେବ; ଏଥିରେ ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ଘରେଘରେ ପର୍ବ ୨୭ତାରିଖରେ ପାଳିତ ହେବା ଉଚିତ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସୂଚନା ଅନୁଯାୟୀ, ଜଗନ୍ନାଥ ସଂସ୍କୃତି ଆଧାରରେ ଆମ ଚଳଣି। ସେହି ହିସାବରେ କୌଣସି ଦ୍ୱନ୍ଦ୍ୱ ନରଖି, ମହାପ୍ରଭୁଙ୍କ ଶ୍ରୀମନ୍ଦିର ପର୍ବ ଆଧାରରେ ୨୮ ଅଗଷ୍ଟରେ ହିଁ ପର୍ବ ପାଳନ କରାଯିବା ଉଚିତ।

  • jmjnewso

    Related Posts

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।ଦୁଇ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତିପ୍ରକାଶିତ…

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ