ଗାଁ ରେ ମିଳିବ ସହରୀ ସୁବିଧା : ଗାଁ ଭୋଟ୍ ପାଇଁ ଅଣ୍ଟା ଭିଡ଼ିଲେ ସରକାର

Spread the love


ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପଞ୍ଚାୟତ ନିର୍ବାଚନ ପାଇଁ ଭଣ୍ଡାର ଖୋଲିଛନ୍ତି ସରକାର । ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡ଼ିଆ ଆଉ ଆଦର୍ଶ ପାଠାଗାର । ପଞ୍ଚାୟତିରାଜ ବିଭାଗ ପ୍ରତି ପଞ୍ଚାୟତରେ ବିକାଶମୂଳକ ପ୍ରକଳ୍ପରେ ଖର୍ଚ୍ଚ କରିବ ଦେଢ କୋଟିରୁ ୩ କୋଟି ଟଙ୍କା ।ଯେଉଁ ପଞ୍ଚାୟତରେ ଜନସଂଖ୍ୟା ଅଧିକ ସେଠି ଖର୍ଚ୍ଚ ହେବ ଅଧିକ ପାଣ୍ଠି । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଏହି ପ୍ରକଳ୍ପର ଶ୍ରୀଗଣେଶ କରି ଲୋକଙ୍କ ମନ ଜିଣିବେ । ନିଜ ସପକ୍ଷରେ ଭିଡିବେ ଭୋଟ୍ ।

ସରକାର ଆରମ୍ଭ କରିବେ ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ । ଗାଁର ବିକାଶ ପାଇଁ ସବୁ ଯୋଜନାକୁ ଦେବେ ବାସ୍ତବ ରୂପ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଲୋକଙ୍କ ସରକାର ଗାଁର ବିକାଶ ପାଇଁ ସଂକଳ୍ପବଦ୍ଧ। ସହରର ସମସ୍ତ ସୁବିଧା କିଭଳି ଗାଁରେ ବି ମିଳିବ ତାର ମାର୍ଗଦର୍ଶିକା ବିଭାଗ ପ୍ରସ୍ତୁତ କରିଛି । ଗ୍ରାମସଭା ବସିବ, ପ୍ରକଳ୍ପକ ଅନୁମୋଦନ ମିଳିବା ପରେ ଆରମ୍ଭ ହେବ କାମ । ସରକାର ଗ୍ରାମାଞ୍ଚଳରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବେ । ଲୋକଙ୍କ ପାଖରେ ପହଞ୍ଚାଇବେ ସମସ୍ତ ମୌଳିକ ସେବା । ମନ୍ତ୍ରୀଙ୍କ ଏହି ସୂଚନା ପରେ ସରକାର ଯେ, ମିଶନ ମୋଡରେ ପଞ୍ଚାୟତ ଭୋଟ୍ କୁ ଓହ୍ଲାଇବେ ତାର ସୂଚନା ମିଳିଛି ।

ପଞ୍ଚାୟତରେ ମିଳିବ ଏହି ସବୁ ସହରୀ ସୁବିଧା
-ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ, ସ୍ମଶାନ, ଆଦର୍ଶ ହାଟ, ଗ୍ରାମୀଣ ପାର୍କ
-ଆଦର୍ଶ ଖେଳ ପଡିଆ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର, ଗ୍ରାମସଭା ଆଧାରରେ ହେବ କାମ
-ଗାଁ ଯୁବକଙ୍କ ପାଇଁ ତିଆରି ହେବ ଜିମ୍
-ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଦେବେ ସରକାର
-70*32 ଫୁଟରେ ଦୁଇ ଗ୍ରୀନ ରୁମ ସହ ଏକ ପେଣ୍ଡାଲ ରହିବ
-ନାଚ, ଗୀତ, ଡ୍ରାମାର ସୁବିଧା ରହିବ, ଭୋଜିଭାତ ସହ ପଞ୍ଚାୟତ ତରଫରୁ ପାଣି ଯୋଗାଇ ଦିଆଯିବ
-ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ ପଥର ବନ୍ଧେଇ ସହ ଚାରିପଟେ ଫେବର ବ୍ଲକ ପଡିବ
-ଶ୍ମଶାନ ପାଇଁ ୨୨ ଲକ୍ଷ ଏବଂ ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ ଦେବେ ସରକାର
-ଆଦର୍ଶ ହାଟ ପାନୀୟ ଜଳ ସହ ପ୍ରବେଶ ପାଇଁ ହେବ ଗେଟ୍
-ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରତି ଗ୍ରାମପଞ୍ଚାୟତରେ ଲାଗିବ ୭୦୦ଗଛ
-ଆଦର୍ଶ ପାଠାଗାର ପାଇଁ ୧୦ ଲକ୍ଷ ଦେବେ ସରକାର
-ଗୋଟିଏ ଗାଁରେ ଗୋଟେ କଲ୍ୟାଣ ମଣ୍ଡପ କରିବେ ସରକାର

  • jmjnewso

    Related Posts

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗୁରୁବାର ଓଡ଼ିଶା ବନ୍ଦ। ହେଲେ ଚାଲିବ ଘରୋଇ ବସ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଦେଇଥିବା ଏହି ବନ୍ଦ ଡାକରାକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଘରୋଇ ବସ୍ ମାଲିକ…

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ବୁଧବାର ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଥିବା ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସାଧାରଣ ପ୍ରଶାସନ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ