ବୌଦ୍ଧ : ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜନ୍ହାପଙ୍କ ମାରୁତି ଯୁବକ ସଂଘ ନିକଟରେ ନିର୍ମାଣ କରାଯାଇଥିବା ୩ ଗୋଟି ଦୋକାନ ଗୃହ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ। ଏଥିରେ ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଯୋଗ ଦେଇଥିଲେ | ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ ପରେ ଯୁବକ ସଂଘର କର୍ମକର୍ତ୍ତାଙ୍କ ସହିତ ଅତିଥି ମାନେ ଆଲୋଚନା କରିଥିଲେ। ଏବଂ ଏହା ଦ୍ଵାରା ବେକାର ଯୁବକ ମାନେ ଦୋକାନ ଦେଇ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରି ପାରିବେ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ସଭାପତି ସହସ୍ରଂ।ଶୁ ମିଶ୍ର, ସଂପାଦକ ଜଗଦୀଶ ବାରିକ, ଉପ ସଭାପତି ଗ।ର୍ଗବ ପ୍ରଧାନ, ସହ ସଂପାଦକ ପ୍ରକାଶ ବାରିକ,ଉପଦେଷ୍ଟା ଉପେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ବେହେରା, ପୁର୍ବତନ ସଭାପତି ସୁଧାଂଶୁ ଶେଖର ମିଶ୍ର, ଗଜେନ୍ଦ୍ର ପ୍ରଧାନ, ବିରେନ୍ଦ୍ର ବେହେରା, ଦିଲୀପ ପ୍ରଧାନ, ବିମଲ୍ ପ୍ରଧାନ,ପୁର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।








