କଣ୍ଟାମାଳ ହାଇସ୍କୁଲରେ ବଜ୍ରପାତ ପ୍ରତି ସାବଧାନତା କାର୍ଯ୍ୟକ୍ରମ

Spread the love

ବୌଦ୍ଧ : ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ୍‌ (JRC) ତରଫରୁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ବନମାଳୀ ମେହେର ତାଲିମ ଦାତା ଭାବେ ଯୋଗ ଦେଇ ବଜ୍ରପାତ ସମୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ କିପରି ନିଜକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ସଚେତନ କରିବା ସହ ତାଲିମ୍ ପ୍ରଦାନ କରିଥିଲେ।


ବଜ୍ରପାତ ସମୟରେ ଘର କିମ୍ବା ପକ୍କା ଅଟ୍ଟାଳିକା ଭିତରେ ରହିବା, ଗଛ ତଳେ ଆଶ୍ରୟ ନ ନେବା, ବିଦ୍ୟୁତ୍‌ ତାର ଓ ଧାତବ ବସ୍ତୁଠାରୁ ଦୂରେଇ ରହିବା, ଜଳାଶୟରୁ ଦୂରେଇ ରହିବା ଏବଂ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ପ୍ରତି ଧ୍ୟାନ ଦେବା ଆଦି ସୁରକ୍ଷା ନିୟମ ବିଷୟରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସଚେତନତା ବାର୍ତ୍ତାକୁ ନିଜ ପରିବାର ଓ ସମାଜରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ। ଜୁନିଅର ରେଡ଼କ୍ରସ୍‌ର ଏପରି ଜନସଚେତନତାମୂଳକ କାର୍ଯ୍ୟକ୍ରମ ବଜ୍ରପାତଜନିତ ଦୁର୍ଘଟଣା ଓ ଜୀବନହାନି ହ୍ରାସ କରିବାରେ ସହାୟକ ହେବ ବୋଲି ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ହେମବନ୍ତି ବାଘ,ଏମ୍ ମାଧୁରୀ ଦୋରା, ଶିକ୍ଷକ ସତ୍ୟଜିତ ପଣ୍ଡା, ସୁଜିତ୍ କୁମାର ତରିଆ,ସରୋଜ ସାହୁ ,ଶ୍ରୀକାନ୍ତ ବୁଦ୍ଧିଆ,ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ , ଶିକ୍ଷକ ସୌରଭ ସାହୁ, ସୁଦାମ ଚରଣ ମିଶ୍ର,ବୀରଭଦ୍ର ମିଶ୍ର ଓ ଦେବସ୍ରୀତ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।ପରିଶେଷରେ ଶିକ୍ଷକ ଆଲୋକ କୁମାର ପରଡ଼ିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 31 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 38 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 34 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 31 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 12 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ