ଏନ ଜି ଓ ସି ସି ର ସାଧାରଣ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ

Spread the love

ବୌଦ୍ଧ : ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ଵୟ ସମିତିର ଏକ ଜରୁରୀ ବୈଠକ ସଭାପତି ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସମିତି ସହ ଅନୁବନ୍ଧିତ ବିଭିନ୍ନ କର୍ମଚାରୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ସାଧାରଣ ଅଧିବେଶନକୁ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା କରଯାଇଥିଲା। ଏହି ସାଧାରଣ ଅଧିବେଶନରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼।ଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲାପାଳ ବିଭୁତି ଭୁଷଣ ନାଏକ ଏଵଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିବା କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରି ପ୍ରକାଶ କରିଥିଲେ। ସାଧାରଣ ସଂପାଦକ ତାପସ କୁମାର ମିଶ୍ର ସାଧାରଣ ଅଧିବେଶନ ପାଇଁ ବ୍ୟୟ ଅଟକଳ ସହ ବିଭିନ୍ନ କମିଟି ଗଠନ କରିବ।କୁ ପ୍ରସ୍ତାବ ଦେଇଥିଲେ। ଏହା ଉପରେ ସବିଶେଷ ଆଲୋଚନା ପରେ ବିଭିନ୍ନ କର୍ମଚାରୀ ସଂଗଠନର କର୍ମକର୍ତ୍ତା ମାନଙ୍କୁ ନେଇ ଅଭ୍ୟର୍ଥନା କମିଟି, ଅତିଥି ଯୋଗାଯୋଗ ଓ ସମ୍ବର୍ଧନା କମିଟି, ନିମନ୍ତ୍ରଣ ପତ୍ର ଓ ବଣ୍ଟନ,ପଞ୍ଜିକରଣ, ମଞ୍ଚ ସାଜସଜ୍ଜା ଓ ପରିଚାଳନା, ଖାଦ୍ୟ ପ୍ରସ୍ତୁତି, ମିଡ଼ିଆ ଯୋଗାଯୋଗ ଓ ବ୍ୟବସ୍ଥାପ ନା, ଶୃଙ୍ଖଳା କମିଟି ଗଠନ କରାଗଲା।ଆସନ୍ତା ୩୦ ତାରିଖରେ ହେବାକୁ ଥିବା ସାଧାରଣ ବୈଠକକୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ଯୋଗ ଦେବାକୁ ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର ଅନୁରୋଧ କରିଥିଲେ। ଏହା ପରେ ସଂଗଠନର ସମସ୍ତ କର୍ମକର୍ତ୍ତା ଅତିଥି ଭବନରେ ମାନ୍ୟବର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଏନ ଜି ଓ ସି ସି ର କାର୍ଯକ୍ରମ ତଥା ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଆଲୋଚନା କରିଥିଲେ। ସାଂସଦ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଉପ ସଭାପତି ସଞ୍ଜୀବ ପଣ୍ଡା, ଅନିଲ କୁମାର ପ୍ରଧାନ, ନବ କିଶୋର ଦୀପ, ସଂସାର ଅମାତ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ରାଜ କୁମାର ପ୍ରଧାନ, ଡମ୍ୱରୁ ଧର ବେହେରା, ସୁଭାସିସ ଶତପଥୀ, ଅନିତା ହୋତା, ଦ୍ରୌପଦୀ ମଲ୍ଲିକ, ସ୍ନାନକୀ ରେଖା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 31 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 38 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 34 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 31 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 12 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ