ଭୁବନେଶ୍ୱର(ଜେଏମଜେ ନ୍ୟୁଜ ): :ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟର ଅଡିଟୋରିୟମ୍ରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଭବିଷ୍ୟତର ପ୍ରାଥମିକତା ଉପରେ ଆଲୋଚନା ହୋଇଛି।

ଏଥିସହ ପଥଚାରୀ ଅନୁକୂଳ ରାସ୍ତା, କ୍ରୁଟ୍ ଅଧୀନରେ ‘ଆମ ବସ୍’ ସେବାର ସମ୍ପ୍ରସାରଣ, AMRUT 2.0 ଅଧୀନରେ ଜଳାଶୟ ପୁନରୁଦ୍ଧାର, ବନ୍ୟା ନିୟନ୍ତ୍ରଣ ଓ ଉତ୍ତମ ଗଣପରିବହନ ଉପରେ ଗୁରୁତ୍ୱ ଦିଆଯାଇଛି। PM ସ୍ୱନିଧି, ସହରୀ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳ ଓ ଆହାର ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା ହୋଇଛି। ଏଥିସହ ସହରରେ ବନ୍ୟା ନିୟତ୍ରଣ, ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ଓ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନେଇ ବୈଷୟିକ ଆଲୋଚନା ହୋଇଥିଲା ଓ ପିଏମ୍ ସ୍ୱନିଧି, ସହରୀ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳ, ସହାୟତା ଓ ସହଯୋଗ ଏବଂ ଆହାର ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।ସ୍ୱଚ୍ଛତା, ବ୍ୟବହୃତ ଜଳ ପରିଚାଳନା ଓ ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ସମଗ୍ର ଭାବେ ଯୋଜନାବଦ୍ଧ ସହରୀକରଣ, ଦକ୍ଷ ନଗର ପ୍ରଶାସନ, ଉନ୍ନତ ଭିତ୍ତିଭୂମି, ଗୃହ ଓ ଗଣପରିବହନ ମାଧ୍ୟମରେ ଓଡ଼ିଶାର ସହରଗୁଡ଼ିକୁ ଅଧିକ ସ୍ୱଚ୍ଛ, ସୁନ୍ଦର, ସୁସ୍ଥ ଓ ନାଗରିକ-ଅନୁକୂଳ କରିବା ଦିଗରେ କନକ୍ଲେଭ୍ଟି ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ଦେଇଛି।








