ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ: ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି

Spread the love

ବରଗଡ଼: ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ):
ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଓ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି।

ମହିଳାମାନଙ୍କୁ ନ୍ୟାୟ, ସୁରକ୍ଷା ଓ ଆବଶ୍ୟକ ସହାୟତା ସହଜରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆୟୋଗ ପକ୍ଷରୁ ନିୟମିତ ଭାବେ ମାସିକ ଜିଲ୍ଲାଭିତ୍ତିକ ଶିବିର ଅଦାଲତ ଆୟୋଜନ ଦ୍ୱାରା ମହିଳାମାନଙ୍କୁ ନିଜ ଜିଲ୍ଲାରେ ହିଁ ଅଭିଯୋଗ ଜଣାଇବା ସହ ଆୟୋଗଙ୍କ ନିକଟରୁ ଆବଶ୍ୟକ ସହାୟତା ପାଇବାର ସୁଯୋଗ ମିଳୁଛି। ମହିଳାମାନେ ଯେପରି ନିଜର ଅଧିକାର, ସୁରକ୍ଷା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସମ୍ପର୍କରେ ସଚେତନ ହେବା ସହ ନ୍ୟାୟ ଓ ସୁରକ୍ଷା ପାଇବାର ମାର୍ଗ ସମ୍ପର୍କରେ ଅବଗତ ହୋଇପାରିବେ, ସେଥିପାଇଁ ଆୟୋଗ ପକ୍ଷରୁ ଏଭଳି ଶିବିର ଆୟୋଜନ କରାଯାଇ ଆୟୋଗ ପକ୍ଷରୁ ସମସ୍ତ ସେବା ଓ ସହାୟତା ବିନା ମୂଲ୍ୟରେ ପ୍ରଦାନ କରାଯାଉଛି।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ଅଦାଲତରେ ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ପାରିବାରିକ ବିବାଦ, ଅପହରଣ, ମହିଳା ଚାଲାଣ ସମେତ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସହ ସମ୍ପୃକ୍ତ ସମ୍ପର୍କିତ ସମୁଦାୟ ୨୪ଟି ମାମଲା ଶୁଣାଣି କରି ୧୧ଟି ମାମଲାର ଆପୋଷ ସମାଧାନ କରାଯାଇଥିବାବେଳେ, ୬ଟି ମାମଲାକୁ ଆରକ୍ଷୀ ଅଧିକ୍ଷକ ଏବଂ ୪ଟି ମାମଲାକୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ ସମାଧାନ ପାଇଁ ପ୍ରେରଣ କରାଯାଇଛି । ଅବଶିଷ୍ଟ ୩ଟି ମାମଲାରେ ସମ୍ପୃକ୍ତ ପକ୍ଷମାନଙ୍କ ପୁନର୍ବାର ଉପସ୍ଥିତି ପାଇଁ ନୋଟିସ୍‌ ଜାରି କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ଏବଂ ଶ୍ରୀମତୀ ପ୍ରତିଭା ଶତପଥୀ, ଡିଏସପି ବରଗଡ଼ ଶ୍ରୀମତୀ ଶିପ୍ରା କୁମାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ, ଆଇନ ଅଧିକାରୀ ଶ୍ରୀ ଅରବିନ୍ଦ ପଟ୍ଟନାୟକ, ମାନ୍ୟବର ଅଧ୍ୟକ୍ଷାଙ୍କ ଷ୍ଟେନୋଗ୍ରାଫର ତଥା ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହି ମହିଳାମାନଙ୍କ ପାଇଁ ସହଜରେ ନ୍ୟାୟ ଓ ପ୍ରତିଷ୍ଠାନଗତ ସହାୟତା ଉପଲବ୍ଧ କରାଇବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଆୟୋଗ ପକ୍ଷରୁ ଅଭିଯୋଗକାରୀମାନଙ୍କ ଠାରୁ ସିଧାସଳଖ ଭାବେ ସେମାନଙ୍କ ସମସ୍ୟା ଶୁଣାଯାଇ ମାମଲାଗୁଡ଼ିକର ଆଇନସମ୍ମତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଓ ପରାମର୍ଶ ପ୍ରଦାନ କରାଯାଇଥିଲା।

ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଆୟୋଗଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ଏଭଳି କ୍ୟାମ୍ପ କୋର୍ଟ ଆୟୋଜନ କରାଯିବା ଦ୍ୱାରା ମହିଳାମାନେ ନିଜ ସମସ୍ୟାକୁ ନିର୍ଭୟରେ ଉପସ୍ଥାପନ କରିବା ସହ ଆଇନଗତ ଅଧିକାର ଓ ଉପଲବ୍ଧ ସହାୟତା ବ୍ୟବସ୍ଥା ସମ୍ପର୍କରେ ଜାଣିପାରୁଛନ୍ତି। ଏହା ମହିଳାମାନଙ୍କୁ ନ୍ୟାୟ, ସୁରକ୍ଷା, ଅଧିକାର ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

  • jmjnewso

    Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା, ବର୍ଷାରେ ଭିଜିଲେ, ବାହୁନି କାନ୍ଦିଲେ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା। ବର୍ଷାରେ ଭିଜିଲେ, ଲୁହ ନିଗାଡ଼ିଲେ। ବିଶ୍ରାମ କରିବା ସମୟରେ ବିକ୍ଷୋଭ କରୁଛନ୍ତି। ଢୁ ଢୁ ବର୍ଷାରେ ଭତ୍ତା କେଇ ଟଙ୍କା ପାଇଁ ଭିଜୁଛନ୍ତି ଶହ ଶହ ବୟସ୍କ। ବୟସର…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା