ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗାଡ଼ିର ଆର୍‌ସି ବାତିଲ୍‌

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ବଢ଼ିଲା ଚିନ୍ତା । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭେଇକିଲ୍ କ୍ଲାସିଫିକେସନ୍‌ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ନେଇ ପଦକ୍ଷେପ ନିଆଯାଉଥିବା କୁହାଯାଉଛି । ଏହାରି ଭିତରେ ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍‌ ବା ଆର୍‌ସି ବାତିଲ୍‌ ହୋଇଥିବା ଦାବି କରାଯାଉଛି ।ଆର୍‌ସି ବାତିଲ୍‌ ହୋଇଥିବା ଗାଡ଼ିଗୁଡ଼ିକ ଆଉ ରାସ୍ତାରେ ଚଳାଚଳ ପାଇଁ ବୈଧ ହେବ ନାହିଁ । ଏହାସହ ଆଗାମୀ ଦିନରେ ଆହୁରି ପ୍ରାୟ ୩୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗାଡ଼ିର ଆର୍‌ସି ବାତିଲ୍‌ ହେଉଥିଲେ ମଧ୍ୟ ଅନେକ ମାଲିକ ଏ ସମ୍ପର୍କରେ ଜାଣିପାରୁନଥିବା ଅଭିଯୋଗ ହେଉଛି । ଗାଡ଼ି ମାଲିକଙ୍କୁ ପୂର୍ବରୁ ଏନେଇ ସୂଚନା ଦିଆଯାଉନଥିବାରୁ ସେମାନେ ଅଜାଣତରେ ନିଜ ଗାଡ଼ି ଚଳାଉଛନ୍ତି ।ଯାଞ୍ଚ ବେଳେ ଗାଡ଼ି ଧରାପଡ଼ିଲେ ହିଁ ଆର୍‌ସି ବାତିଲ୍‌ ହୋଇଥିବା ଜାଣିବାକୁ ମିଳୁଛି ବୋଲି ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଗାଡ଼ି ମାଲିକଙ୍କୁ ଜରିମାନା ଗଣିବାକୁ ପଡ଼ିପାରେ । ପୁରୁଣା ଗାଡ଼ିର କାଗଜପତ୍ର ନବୀକରଣ କରିବା ପ୍ରକ୍ରିୟା ଜଟିଳ ହେଲେ ମାଲିକମାନେ ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଏପରିକି ଗାଡ଼ି ଚଳାଚଳ ପାଇଁ ଅଯୋଗ୍ୟ ହୋଇଗଲେ ନୂଆ ଗାଡ଼ି କିଣିବାକୁ ଲୋକେ ବାଧ୍ୟ ହୋଇପାରନ୍ତି । ଏହାକୁ ନେଇ ସାଧାରଣ ଗାଡ଼ି ମାଲିକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ୟପଟେ, ଏଭଳି ନୀତି ଦ୍ୱାରା ପୁରୁଣା ଗାଡ଼ି ବଦଳରେ ନୂଆ ଗାଡ଼ିର ଚାହିଦା ବଢ଼ିବା ସହ ଗାଡ଼ି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଲାଭବାନ ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଉଛି ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା !

    Spread the love

    Spread the loveଜେଏମଜେ ନ୍ୟୁଜ : ଆଜିଠୁ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 39 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 31 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 30 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 52 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 31 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 22 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି