ବାତ୍ୟା ପ୍ରାକ ପ୍ରସ୍ତୁତିବୈଠକ ଗଞ୍ଜାମ ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ – ଜିଲ୍ଲାପାଳ

Spread the love

ଜେଏମଜେ ବ୍ୟୁରୋ : ଓଡିଶା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଜାରି କରିଛନ୍ତି । ଏହାକୁ ଭିତ୍ତି କରି ରାଜ୍ୟ ସ୍ତରରେ ବାତ୍ୟା ଓ ବର୍ଷା ନେଇ ସଜାଗ ଓ ସତର୍କ ରହିବାକୁ ସମସ୍ତ ଜିଲ୍ଲାକୁ ପୂର୍ବ ପ୍ରସ୍ତୁତି କରି ରହିବାକୁ ନିର୍ଦ୍ଦେଶ ରହିଅଛି । ବାତ୍ୟା ଉପକୂଳ ଛୁଇଁବା ବେଳେ ସମୁଦ୍ରରେ ପବନର ବେଗ 100 ରୁ 120 କିଲୋମିଟର ରହିବ । ତେବେ ଏହି ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ସେ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଗଞ୍ଜାମ ଜିଲ୍ଲା କୁ ସତର୍କତା ପଦକ୍ଷେପ ସ୍ବରୂପ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଆଭାସୀ ବୈଠକ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗ ଓ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲା ଯେମିତି ଜିରୋ କାଜୁଆଲିଟି ରହିବ ସେଥିପାଇଁ ସମସ୍ତ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଆଗାମୀ 23, 24 ଓ 25 ତାରିଖ ତିନି ଦିନ ଯାଏଁ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ସହିତ ବନ୍ୟାର ପରିସ୍ଥିତି ବି ଦେଖାଦେଇପାରେ । ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ବ୍ଲକ୍ ସ୍ତରୀୟ ,ତହସିଲ ସ୍ତରୀୟ ଏବଂ ସମସ୍ତ ଲାଇନ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ । ସମସ୍ତ ଅଧିକାରୀ ଏବଂ କର୍ମଚାରୀଗଣ ନିଜ ନିଜ ହେଡ୍ କ୍ବାର୍ଟରରେ ରହିବେ । ସମସ୍ତଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଗ୍ନିଶମ କେନ୍ଦ୍ର ଗୁଡିକୁ ପୂର୍ବ ପ୍ରସ୍ତୁତି କରି ସଜାଗ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନେ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇବେ ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମିତ୍ତ ଯେଉଁ ଅତିରିକ୍ତ ଆବଶ୍ୟକତା ରହୁଛି ତାହା ପୂର୍ବରୁ ଜଣାଇ ପ୍ରସ୍ତୁତ କରି ରଖିବେ . । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଯାଂଚ୍ କରି ସେଗୁଡିକର ସ୍ଥିତିର ସୁଧାର ଆଣିବେ । ଆବଶ୍ୟକ ସ୍ଥଳେ ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡିକର ମରାମତି , ବିଦ୍ୟୁତ୍ ଯୋଗାଣ, ଜେନସେଟ୍ ବ୍ୟବସ୍ଥା, ପାନୀୟ ଜଳ ବ୍ଯବସ୍ଥା କରି ରଖିବେ । ଏହି କାର୍ଯ୍ୟ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ ଶ୍ରବଣ କୁମାରଙ୍କ ମତ ଅନୁସାରେ ପୋଲିସ୍ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ମିଳିତ ବାତ୍ୟା ଆଶ୍ରୟ ସ୍ଥଳର ସ୍ଥିତି ଯାଂଚ୍ କରି ସୁପରିଚାଳନାର ବ୍ୟବସ୍ଥା କରିବେ । ବିଶେଷ କରି ରାସ୍ତା ଯେପରି ଅବରୋଧ ହେବ ନାହିଁ ସେଥି ପ୍ରତି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଯଦିବା ରାସ୍ତା ଅବରୋଧ ହୁଏ ତେବେ ତୁରନ୍ତ ସେହି ରାସ୍ତା ଯେପରି ଖୋଲିବ ସେଥି ନିମନ୍ତେ କ୍ରେନ, ଜେସିବି, କଟର ବ୍ଲକ୍ ପଏଣ୍ଟରେ ରହିବ ତାର ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି । ମୋବାଇଲ ଟାଓ୍ବାର ଗୁଡିକ ଯେମିତି ଅନବରତ କାର୍ଯ୍ୟକ୍ଷମ ରହିବ ସେଥି ନିମନ୍ତେ ଜେନସେଟ୍, ଫୁଏଲ୍ ଇତ୍ୟାଦି ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ସମସ୍ତ ମୋବାଇଲ୍ ସଂସ୍ଥାକୁ କୁହାଯାଇଛି । ମତ୍ସ୍ୟ ବିଭାଗ ତରଫରୁ 1528 ଗୋଟି ବୋଟ୍ ପ୍ରସ୍ତୁତ ହୋଇ ରହିଛି । ଆବଶ୍ୟକ ସ୍ଥଳେ ବେସରକାରୀ ବୋଟ୍ ବ୍ୟବହାର ପାଇଁ ମଧ୍ୟ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଟିପିଏସଓଡିଏଲ୍ ର 2500 ଜଣ ମାନବ ସମ୍ବଳ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ ବିଗତ ବର୍ଷର ବାତ୍ୟା ସମୟରେ ଯାହା ସବୁ ସମସ୍ୟା ଥିଲା ଏବଂ ସେଗୁଡିକ କିଭଳି ଉପଯୁକ୍ତ ପରିଚାଳନା ଦ୍ବାରା ସମାଧାନ କରାଗଲା ତାହା ବୈଠକରେ ଅବଗତ କରାଇବା ସହ ଚଳିତ ଥର କେଉଁ ସବୁ ପଦକ୍ଷେପ ମାନ ଗ୍ରହଣ କରାଯାଇପାରିବ ତାହା ଜଣାଇଥିଲେ । ଆଗାମୀ ଚାରିଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଗଣ ଯେଭଳି ସମୁଦ୍ରକୁ ଯିବେ ନାହିଁ ବା ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ସକାଶେ ପ୍ରଚାର ପ୍ରସାର କରିବାକୁ ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତଳିଆ ଅଞ୍ଚଳ, କଚ୍ଚା ଘରେ ବସବାସ କରୁଥିବା ପରିବାର ବର୍ଗ କିମ୍ବା ଯେଉଁ ଘରର ସ୍ଥିତି ଠିକ୍ ନାହିଁ ଦୁର୍ବଳ ଅବସ୍ଥାରେ ଅଛି ସେହି ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟ ସ୍ଥଳରେ ରଖିବା ବ୍ୟବସ୍ଥା, ରନ୍ଧା ଖାଦ୍ୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ଉପଯୋଗ ,କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଦିନ ଜନ ସାଧାରଣ ଯେପରି ବାହାରକୁ ବାହାରିବେ ନାହିଁ, ନଦୀ କିମ୍ବା ନାଳକୁ ଯିବେ ନାହିଁ ସେଥି ନିମନ୍ତେ ଜନ ସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ଲକ୍ ସ୍ତରରେ ବୈଠକ ଆଗତ କରି ସମସ୍ତ ପ୍ରସ୍ତୁତି କରିବା ସହିତ ବ୍ୟାପକ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସମସ୍ତ ଗ୍ରାମ ପଞ୍ଚାୟତରେ ଯଥେଷ୍ଟ ଚାଉଳ ରହିଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଅବଗତ କରାଇଥିଲେ । ଚୁଡା, ଗୁଡ, ଚିନି, କିରୋସିନି ଅତ୍ୟାବଶ୍ୟକୀୟ ସାମଗ୍ରୀ ସମସ୍ତ ବ୍ଲକ୍ ଗୁଡିକରେ ଗଚ୍ଛିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ରୋକିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇଛନ୍ତି । ଗର୍ଭବତୀ ମହିଳା କିମ୍ବା ଯେଉଁ ମାନଙ୍କ ପ୍ରସବ ସ୍ବଳ୍ପ ଦିନ ମଧ୍ୟରେ ହେବାକୁ ଅଛି ସେମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରି ସେମାନଙ୍କ ଯତ୍ନ ନେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ଜନିତ ରୋଗର ମୁକାବିଲା ସକାଶେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଡାଇରିଆ, ଡିସେଣ୍ଟ୍ରି, ସାପ କାମୁଡା ଇତ୍ୟାଦି ଔଷଧ ମହଯୁଦ କରି ରଖିବାକୁ କୁହାଯାଇଛି । ଆମ୍ବୁଲାନ୍ସ ସେବା ବ୍ୟବହାର ହେବ, ଆବଶ୍ୟକ ସ୍ଥଳେ ବେସରକାରୀ ଆମ୍ବୁଲାନ୍ସ ଗୁଡିକ ମଧ୍ଯ ବ୍ୟବହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନଦୀ ବନ୍ଧ ଯୋଜନା (ଡ୍ୟାମ) ଗୁଡିକରେ ଜଳର ସ୍ଥିତି ଉପରେ ନଜର ରଖି ପୂର୍ବ ସୂଚନା ପ୍ରଦାନ ପୂର୍ବକ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁର ସହରରେ ବନ୍ୟା ପରିସ୍ଥିତି ଦେଖା ଯାଉଥିବା ଅଞ୍ଚଳ ଗୁଡିକ ଚିହ୍ନଟ କରି ସେହିଠାରେ ଜଳ ନିଷ୍କାସନ ନିମନ୍ତେ ଆଗୁଆ ମଟର ପମ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି । ବର୍ଷା ଜଳର ସଠିକ୍ ନିଷ୍କାସନ ନିମନ୍ତେ ନାଳ ନର୍ଦ୍ଦମା ଗୁଡିକ ପୂର୍ବରୁ ସଫେଇ କରିବା ପାଇଁ ବ୍ରହ୍ମପୁର ମହା ନଗର ନିଗମ କମିଶନରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ୍ ସ୍ତରରେ କମିଟି ଗଠନ କରି ଚାଷ କାର୍ଯ୍ୟର ଆକଳନ ସହିତ ସଠିକ ଫଟୋଗ୍ରାଫ୍ କରି ରଖିବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ କୁହାଯାଇଛି । ଓଡ୍ରାଫ୍ ଟିମ୍ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିବା ଜଣା ପଡିଛି । ଆବଶ୍ୟକ ସ୍ଥଳେ ଲ୍ୟାଣ୍ଡ ଫଲ ର ଗତିବିଧିକୁ ଆପଳନ କରି ଭୁବନେଶ୍ବରରୁ ମଧ୍ୟ ସ୍ବତନ୍ତ୍ର ଟିମ୍ ଆସି ସେବା ପ୍ରଦାନ କରିବ ବୋଲି ବୈଠକରେ ଜଣାପଡିଛି । ପାନୀୟ ଜଳର ବ୍ୟବସ୍ଥା, ପଶୁ ସମ୍ପଦର ସୁରକ୍ଷା, ଔଷଧ ମହଯୁଦ, ଅତ୍ୟାବଶ୍ୟକୀୟ ସାମଗ୍ରୀର ମହଯୁଦ୍ ଏବଂ ଅନ୍ୟାନ୍ୟ ବିଷୟ ନେଇ ସବିଶେଷ ଆଲଚନା ହୋଇ ଯାଇଛି । ବୈଠକରେ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ରବୀନ୍ଦ୍ର କୁମାର ପଟେଲ, ଡେପୁଟି କଲେକ୍ଟର ଜରୁରୀ କାଳୀନ ଆୟୁଷୀ ପତି, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଆଭାସୀ ବୈଠକରେ ଯୋଗଦାନ କରିଥିଲେ ।

  • Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 24 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ