ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି: ଆଜି ଭୀଷଣ ବାତ୍ୟା ରୂପ ନେବ।

Spread the love

ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି। ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ। କାଲି ଭୀଷଣ ରୂପ ନେବ। ତେବେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗୁଆ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ NDRF ଓ ଅନ୍ଯ ଉଦ୍ଧାରକାରୀ ଟିମ୍‌ ବି ସଜାଗ ଅଛନ୍ତି। ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍‌ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି। ବତ୍ୟାରେ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏମାନେ କାର୍ଯ୍ୟ କରିବେ।

ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବର ଆସିଛନ୍ତି ୫ଟି NDRF ଟିମ୍। ଏହି ଟିମ୍ ରେ ମୋଟ ୧୫୨ ଜଣ ସଦସ୍ୟ ଅଛନ୍ତି।ସେମାନେ ପ୍ରଭାବିତ ୫ଟି ଜିଲ୍ଲାରେ ମୁତୟନ ହେବେ। ସେହି ଜିଲ୍ଲା ଗୁଡ଼ିକା ହେଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର।ଏହି ଉଦ୍ଧାରକାରୀ ଟିମ୍‌ରେ ମହିଳା ସଦସ୍ୟଙ୍କୁ ସାମିଲ୍ କରାଯାଇଛି। ସେମାନେ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏମାନେ କାର୍ଯ୍ୟ କରିବା ସହ ବାତ୍ୟା ସମୟରେ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରାଶ ଓ ଉପକରଣ ସହ ଜିଲ୍ଲାକୁ ଗସ୍ତ କରିବେ।ସେପଟେ ବାତ୍ୟା ମୁକାବିଲା ପାଇଁ ୧୩ ଜିଲ୍ଲାରେ ମୁତୟନ ହୋଇଛନ୍ତି ୨୮୮ ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ୧୯ଟି NDRF, ୫୧ଟି ଓଡ୍ରାଫ୍, ୧୭୮ଟି ଅଗ୍ନିଶମ ଟିମ୍ ଥିବା ବେଳେ, ୪୦ଟି ଅତିରିକ୍ତ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩ଟି ଲେଖାଏଁ NDRF ଏବଂ ୬ଟି ଲେଖାଏଁ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।ମୟୂରଭଞ୍ଜରେ ୨ଟି NDRF, ୬ଟି ଓଡ୍ରାଫ୍, ୨୬ଟି ଅଗ୍ନିଶମ ଏବଂ ୪ଟି ଅତିରିକ୍ତ ଅଗ୍ନିଶମ ଟିମ୍ କୁ ମିଶାଇ ମୋଟ ସର୍ବାଧିକ ୩୮ ଟିମ୍ ରହିଛନ୍ତି। ଏଥିସହ ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରେସ୍କ୍ୟୁ ଟିମ୍ ମୁତୟନ କରାଯାଇଛି।ଏଥିସହ ଗୋଟିଏ NDRF, ୯ଟି ଓଡ୍ରାଫ୍ ଏବଂ ୨୦ଟି ଅଗ୍ନିଶମ ଟିମ୍ ରିଜର୍ଭ ରଖାଯାଇଛି।ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟପନ୍ଥାକୁ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି। ସରକାରଙ୍କ ଜିରୋ କାଜୁଆଲିଟି ମିଶନ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରିବାକୁ ସମସ୍ତ SPଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ। ଏଥିସହ ବାତ୍ୟା ଆଶ୍ରୟସ୍ଥଳୀରେ ପୋଲିସ ମୁତୟନ କରିବାକୁ ଏବଂ ସମୁଦ୍ର କୂଳରେ ମେରାଇନ୍ ପୋଲିସ ଲୋକଙ୍କୁ ସଚେତନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଉପକୂଳ ଅଞ୍ଚଳରେ ଜନସାଧାରଣଙ୍କୁ ଉଦ୍ଧାର, ଓଡ୍ରାଫ ଟିମ୍ ର ଉପଯୁକ୍ତ ସ୍ଥାନରେ ମୁତୟନ ଏବଂ ଧନଜୀବନ ଉଦ୍ଧାରରେ ଭୂମିକା ଦିଗରେ ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଡିଜିପିଙ୍କ କ୍ୟାମ୍ପ ଅଫିସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ, ଆଇଜି ଯୋଗାଯୋଗ ସତୀଶ ଗଜଭିୟେ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସରେ ଯୋଗ ଦେଇଥିଲେ ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳ ଡିଆଇଜି ଏବଂ ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ଥିବା ସମସ୍ତ ଜିଲ୍ଲାର SP। ବାତ୍ୟା ମୁକାବିଲା ପାଇଁ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଅତିରିକ୍ତ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 13 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 31 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 38 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର