ବାତ୍ୟା ‘ଦାନା’ ଲାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Spread the love

ଜେଏମଜେ ବ୍ୟୁରୋ : ଵାତ୍ୟା ‘ଦାନା’ ଲାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଜି ସନ୍ଧ୍ୟା ପୂର୍ବରୁ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ, ମଧ୍ୟାହ୍ଣ ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ୩ ଲକ୍ଷ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତରଣ।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର କରିଥିବା ପ୍ରସ୍ତୁତି ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି। ଯାହା ଆବାଶ୍ୟକ ଅଛି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଓଡ଼ିଶା ମୁଁହା ହୋଇଥିବା ବାତ୍ୟା ଦାନା ଲ୍ୟାଣ୍ଡଫଲ ପାଇଁ ଆଉ କିଛି ସମୟ ବାକି। ଦାନା ପ୍ରଭାବରେ ୧୧ ଜିଲ୍ଲାରେ କ୍ଷତି ହେବ। ଏହି ୧୧ ଜିଲ୍ଲା ଅନ୍ତର୍ଗତ ୩୮ ବ୍ଲକର ୧୬୫୩ ପଞ୍ଚାୟତ ଓ ୯ ପୌରାଞ୍ଚଳରେ ୩ ଲକ୍ଷ ୬୨ ହଜାର କୋକଙ୍କୁ ସ୍ଥାନାନ୍ତର କରାଯାଉଛି।ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଏହା ସହ ୨ ହଜାର ୩୩୮ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତିରତ କରାଯାଇଛି। ଗାଈ ଗୋରୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଉଛି। ସେହିପରି ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ଏହା ମଧ୍ୟରେ ୮୪୨ ଟି ବହୁମଖୀ ଓ ୬ ହଜାର ୪୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। ବାତ୍ୟା ମୁକାବିଲା ପାଇଁ ୧୯ଟି NDRF ଟିମ, ୫୧ଟି ଓଡ୍ରାଫ ଟିମ, ୨୨୦ ଅଗ୍ନିଶମ ବାହିନୀ ଏବଂ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଗାଁରେ ପୋଲିସ ପାଟ୍ରୋଲିଂ ହେଉଛି। ଶୌଚାଳୟ ପରିଷ୍କାର ସହ ହସ୍ପିଟାଲରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି

ବାତ୍ୟା ଲ୍ୟାଣ୍ଡଫଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ଧଧ୍ୟ ପ୍ରସ୍ତୁତ।୧୧ଟି ଜିଲ୍ଲାକୁ ସଚିବମାନେ ପ୍ରଭାବିତ ହେବାକୁ ଗାଁକୁ ଯାଇ ତଦାରଖ କରୁଛନ୍ତି। ସେପଟେ କେନ୍ଦ୍ରର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି।କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ଦାନାକୁ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯାହା ଆବଶ୍ୟକ, ତୁରନ୍ତ ଯୋଗାଇ ଦିଆଯିବ। ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଅଛନ୍ତି।ଏବଂ ସହାୟତା ମାଗିବା ଆଗରୁ ସହଯୋଗ ଦେଇଛନ୍ତି।ଅଶ୍ବିନୀ ବୈଷ୍ଣବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନଡିଆରଏଫ୍ ଆବଶ୍ୟକତାଠୁ ଅଧିକ ଦେଇଛନ୍ତି ବୋଲି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ବାତ୍ୟା ମାଡ଼ି ଆସୁଥିବା ବେଳେ, ପ୍ରାଣୀ ସମ୍ପଦ ସୁରକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୬୦ ହଜାର ପଶୁଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯିବା ଲାଗି ବ୍ୟବସ୍ଥା ହୋଇଛି। ଗାଈ ଗୋରୁଙ୍କ ପାଇଁ ୧ ହଜାର ଆଶ୍ରୟ ସ୍ଥଳୀ କରାଯାଇଛି।୧ ହଜାର ଟନ କୁଣ୍ଡା ଓ ଡ୍ରାଏ ଫୁଡ ବ୍ୟବସ୍ଥା ହୋଇଛି। କୌଣସି ପଶୁ ଅସୁସ୍ଥ ବା ଆଘାତ ହେଲେ ୧୯୬୨ ନମ୍ବରକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।ଏହା ସହ ୧୬୬ଟି ମୋବାଇଲ ଭ୍ୟାନ ୟୁନିଟ ଏବଂ ୨୯୪ ଭେଟନାରୀ ଷ୍ଟାପ ପ୍ରସ୍ତୁତ ଅଛନ୍ତି। ୨୦୨ଟି ରାପିଡ଼ ରେସ୍ପନ ଟିମ ମଧ୍ୟ ପ୍ରସ୍ତୁତ।ଲାଇଫ୍ ସେଭିଂ ଟିମ୍ ୧୪ଟି ଜିଲ୍ଲାରେ ସଜାଗ ହୋଇ ରହିଛନ୍ତି।ସେହିପରି ୧୮୬୨2 ଲାଇଫ ଷ୍ଟକ ଇନିସ୍ପେକ୍ଟର ପ୍ରସ୍ତୁତ ରହିଛନ୍ତି। ସାଗର ମିତ୍ର ନେ ଲୋକଙ୍କୁ ବାର୍ତ୍ତା ଦେବା ସହ ସୁରକ୍ଷିତ ଜାଗାକୁ ଆଣିବାକୁ କାମ କରୁଛନ୍ତି। ପଘାରେ ଗାଈ ଗୋରୁଙ୍କୁ ନ ବାନ୍ଧି ଉଚ୍ଚସ୍ଥାନକୁ ଆଣିବା ପାଇଁ ନିବେଦନ କରିଛନ୍ତି ପଶୁ ସମ୍ପଦ ମନ୍ତ୍ରୀ । ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ଯେଭଳି ଭାବେ ଲୋକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ ଓ ସହଯୋଗ ଯୋଗାଇ ଦେବେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 31 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ