ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି:

Spread the love

ଜେଏମଜେ ବ୍ୟୁରୋ : ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଭିତରକନିକା ହବାଳିଖଟି ନିକଟରେ ବାତ୍ୟାଟି ଲ୍ୟାଣ୍ଡଫଲ ହୋଇଥିଲେ ବି ସେଠାରେ ଥିବା ହେନ୍ତାଳବଣ ସୁରକ୍ଷା କବଚ ପାଲଟିଥିଲା ବୋଲି କହିଛନ୍ତି ପିସିସିଏଫ୍ । ଭିତରକନିକା ଜାତୀୟ ଉଦ୍ୟାନରେ ବିଶେଷ କ୍ଷତି ହୋଇ ନାହିଁ ।

ଜୀବଜନ୍ତୁ ସୁରକ୍ଷିତ ରହିଛନ୍ତି । ଏପରିକି କୋର୍ ଏରିଆରେ ଥିବା କୁମ୍ଭୀର ମାନେ ବି ସୁରକ୍ଷିତ ଅଛନ୍ତି । ବାତ୍ୟାବେଳେ ଉଚ୍ଚସ୍ଥାନକୁ ପଳାଇ ଯାଇଥିବାରୁ ସୁରକ୍ଷିତ ଅଛନ୍ତି ହରିଣ । ହେନ୍ତାଳ ବଣ ପାଇଁ କ୍ଷୟକ୍ଷତି ଅନେକାଂଶରେ କମିଥିବା ବେଳେ ଆହୁରି ଅଧିକ ହେନ୍ତାଳ ବଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ସେପଟେ ଦାନା ପ୍ରଭାବରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ହୋଇଛି । ୨ ଲକ୍ଷ ୮୦ ହଜାର ଏକର ଜମି ପାଣିରେ ବୁଡ଼ି ରହିଛି । ପ୍ରାଥମିକ ଆକଳନ ଅନୁସାରେ, ୧ ଲକ୍ଷ ୭୫ ହଜାର ଏକର ଜମିରେ କ୍ଷତିଗ୍ରସ୍ତ ହୋଇଛି ଫସଲ । ରାଜ୍ୟରେ ହୋଇଥିବା ଏହି ଫସଲ କ୍ଷୟକ୍ଷତିର ଆକଳନ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କରାଯିବ ।ଏଥିପାଇଁ ଟିମ୍ ଗଠନ କରାଯାଇଛି । ଏହି ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଟିମ୍ ଅନୁଧ୍ୟାନ କରିବ ।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 29 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ