ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ଓଏସ୍‌ଆରଟିସି ବସ୍‌.

Spread the love


ଜେଏମଜେ ବ୍ୟୁରୋ : ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ବସ୍ । ଖୁବ୍ଶୀଘ୍ର ଏନେଇ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ଅନ୍ତଃରାଜ୍ୟ ବସ୍ ସେବାକୁ ତ୍ୱାରନ୍ୱିତ କରିବାକୁ ଯାଉଛି । ଏହି ବସ୍ ସେବା ଆରମ୍ଭ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ । ଓଏସ୍ଆରଟିସି ପକ୍ଷରୁ ନିକଟରେ ୧୨୦ ନୂଆ ବସ୍ କିଣା ହୋଇଛି.ସେଥିମଧ୍ୟରୁ ୮୦ ବସ୍ ଖଣ୍ଡିଗିରି ଡିପୋରେ ପହଞ୍ଚିଛି । ଏହି ବସ୍ ବିଭିନ୍ନ ରାଜ୍ୟର ରାଜଧାନୀକୁ ଯୋଡ଼ିବ । ପ୍ରାୟତଃ ସବୁ ବସ୍ ପୁରୀରୁ ବିଭିନ୍ନ ତୀର୍ଥ କ୍ଷେତ୍ର ସହ ଯୋଡ଼ିହେବ । ସେଥିମଧ୍ୟରେ ତାମିଲନାଡୁର ରାମେଶ୍ୱରମ, ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ, ଦ୍ୱାରିକା, ଅଯୋଧ୍ୟା, ବାରନାସୀ, ମହାରାଷ୍ଟ୍ରର ଶିରିଡି, ଆନ୍ଧ୍ରପ୍ରେଦେଶର ତିରିପତି ଭଳି ତୀର୍ଥ ସ୍ଥାନକୁ ଏହି ବସ୍ ସେବା ଆରମ୍ଭ ହେବ ।

ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର, କଲିକତାକୁ ଅଧିକ ସଂଖ୍ୟକ ବସ୍ ଚଳାଇବାକୁ ଓଏସ୍ଆରସିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଓଏସ୍ଆରସିଟି ପକ୍ଷରୁ ୮୦ ବସ୍ ପହଞ୍ଚିଛି । ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଏହି ସବୁ ବସ୍ରେ ଅତ୍ୟାଧୁନିକ ସୁବିଧା ରହିଛି ।

ଏସବୁ ବସ୍ ମାସେରୁ ଅଧିକ ସମୟ ହେଲା କିଣା ହେଲାଣି । ତେବେ ରୁଟ୍ ପରମିସନ୍ ନଥିବାରୁ ବସ୍ ସେବା ଆରମ୍ଭ ହୋଇ ପାରୁନି । ତେଣୁ ଏନେଇ ଓଏସ୍ଆରଟିସି ପକ୍ଷରୁ ଷ୍ଟେଟ୍ ଟ୍ରାନ୍ସପର୍ଟ ଅଥରିଟିକୁ ଚିଠି ଲେଖାଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବସ୍ ସେବା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ନିକଟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 27 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 32 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ