ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଲିଜ୍‌ରେ ଦେବେ ସରକାର, ଡାକିଲେ ଟେଣ୍ଡର

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ୮ଟି ଏୟାରଷ୍ଟ୍ରିପକୁ ୫ବର୍ଷିଆ ଲିଜରେ ଦେବେ ସରକାର । ଏହି ଏୟାରଷ୍ଟ୍ରିପଗୁଡ଼ିକ ଅଧିକ ବ୍ୟବସାୟିକ ଉପଯୋଗୀକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ ଅନ୍ତର୍ଗତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୮ଟି ଏୟାରଷ୍ଟ୍ରିପରେ ଫ୍ଲାଇଟ୍ ଟ୍ରେନିଂ ଅର୍ଗାନାଇଜେସନ (ଏଫଟିଓ) ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।
ଏଥିପାଇଁ ବିଧିବଦ୍ଧ ଟେଣ୍ଡର ମଧ୍ୟ ଆହ୍ୱାନ କରିଛନ୍ତି ଅଧିକ ବ୍ୟବହାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ବେସାମରିକ ବିମାନ ଚଳାଚଳ ନୀତି-୨୦୨୦ ଆଧାରରେ ଏଫଟିଓ ସ୍ଥାପନ ନିମନ୍ତେ ପଦକ୍ଷେପ ନେଇଛନ୍ତି । ବଲାଙ୍ଗୀରର ତୁଷୁରା, ସମ୍ବଲପୁରର ଜମାଦାରପଲ୍ଲୀ, ନୂଆପଡ଼ାର ଗୋଟମା, ବରଗଡ଼ର ପଦମପୁର ନିକଟସ୍ଥ ସତୀଭଟ୍ଟା, ଫୁଲବାଣୀର ଗୁଡାରୀ, ରାଇରଙ୍ଗପୁରର ଦାଣ୍ଡବୋଷ, କେନ୍ଦୁଝର ଜିଲ୍ଲାର ରାଇସୁଁଆ ଓ ବଡ଼ବିଲଠାରେ ଥିବା ଏୟାରଷ୍ଟ୍ରିପକୁ ଲିଜରେ ଦେବା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି ।

ଟେଣ୍ଡର ସର୍ତ୍ତାବଳୀ ଅନୁସାରେ ଯୋଗ୍ୟ ବିବେଚିତ ନିଲାମଧାରୀମାନଙ୍କୁ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ ଓ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେବାକୁ ପଡ଼ିବ । ନିଲାମରେ ବିଜେତା ସଂସ୍ଥାକୁ ୫ବର୍ଷ ପାଇଁ ଲିଜ୍ ପ୍ରଦାନ କରାଯିବ । ନିଲାମରେ ଯୋଗ୍ୟବିବେଚିତ ସଂସ୍ଥା ନିଜସ୍ୱ ଖର୍ଚ୍ଚରେ ଏୟାରଷ୍ଟ୍ରିପର ଡିଜାଇନ୍, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବେ । ଏହାସହିତ ୫ବର୍ଷ ପାଇଁ ଭିତ୍ତିଭୂମି ବିକାଶ କରିବେ ଓ ପରବର୍ତ୍ତୀ ସମୟରେ ଏହି ଲିଜ୍ ଅବଧି ଅଧିକ ୫ବର୍ଷ ବୃଦ୍ଧିକରାଯାଇପାରିବ । ରନୱେରେ ପ୍ରତ୍ୟେକ ବର୍ଗମିଟର ପାଇଁ ତାଙ୍କୁ ବାର୍ଷିକ ୩୦ଟଙ୍କା ହିସାବରେ ଦେୟ ଦେବାକୁ ପଡ଼ିବ ।

ଏହି ଏୟାରଷ୍ଟ୍ରିପଗୁଡ଼ିକୁ ଅଧିକ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଓ ଏହାର ରନୱେଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଏବେ ଘରୋଇ ସଂସ୍ଥାଠୁ ଟେଣ୍ଡର ଆହ୍ୱାନ କରିଛନ୍ତି । ଡିସେମ୍ବର ୧୦ତାରିଖ ଏହି ଟେଣ୍ଡର ଦାଖଲର ଶେଷ ଦିନ ରହିଛି ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ଏହି ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେଉଁ ୮ଟି ଏୟାରଷ୍ଟ୍ରିପର ରନୱେକୁ ଲିଜ୍ ଆକାରରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ତା’ର ରନୱେ ଏରିଆ ମଧ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଛି ।

ବଲାଙ୍ଗୀରର ତୁଷୁରାରେ ୧୨୮୫ ମିଟର ଲମ୍ବ ଓ ୩୦ମିଟର ଚଉଡ଼ାର ରନୱେ ରହିଛି । ସେହିପରି ଜମାଦାରପଲ୍ଲୀରେ ୧୨୮୦ମିଟର ଲମ୍ବ ଓ ୧୮ମିଟର ଚଉଡ଼ା, ନୂଆପଡ଼ାରେ ୯୮୫ମିଟର ଲମ୍ବ ଓ ୧୫ମିଟର ଚଉଡ଼ା, ସତୀଭଟାରେ ୧୫୮୦ମିଟର ଲମ୍ବ ଓ ୩୦ମିଟର ଚଉଡ଼ା, ଗୁଡ଼ାରୀରେ ୧୫୦୦ମିଟର ଲମ୍ବ ଓ ୧୫ମିଟର ଚଉଡ଼ା, ରାଇରଙ୍ଗପୁରର ଦାଣ୍ଡବୋଷରେ ୮୮୪ମିଟର ଲମ୍ବ ଓ ୧୫.୨୪ମିଟର ଚଉଡ଼ା, ରାଇସୁଁଆରେ ୯୧୪.୪ମିଟର ଲମ୍ବ ଓ ୩୦.୪୮ମିଟର ଚଉଡ଼ା ଏବଂ ବଡ଼ବିଲରେ ୧୦୩୬ମିଟର ଲମ୍ବ ଓ ୧୫.୨୪ମିଟର ଚଉଡ଼ା ରନୱେ ରହିଛି । ଏହି ରନୱେଗୁଡ଼ିକୁ ବାର୍ଷିକ ବର୍ଗମିଟର ପିଛା ୩୦ଟଙ୍କା ହିସାବରେ ଲିଜ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

  • Related Posts

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    Spread the love

    Spread the loveଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ…

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    Spread the love

    Spread the loveଭୁବନେଶ୍ୱର, ୨୧।୪ : ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!