ବୁଗୁଡ଼ା,୦୭/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଟ୍ରାଫିକ୍ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବୁଗୁଡ଼ା ପୁଲିସ ପକ୍ଷରୁ ଏକ ଅଭିନବ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବାଲିପଦର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେଲମେଟ୍ ପିନ୍ଧି ସୁରକ୍ଷିତ ଭାବେ ଗାଡ଼ି ଚାଳନା କରୁଥିବା ବାଇକ୍ ଆରୋହୀଙ୍କୁ ନାଲି ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଇଥିଲା।

ବିନା ହେଲମେଟ୍ରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନଙ୍କୁ ଜରିମାନା ବଦଳରେ ଲଲିପପ୍ ପ୍ରଦାନ କରି ସଚେତନ କରାଯାଇଥିଲା।ହେଲମେଟ୍ ବ୍ୟବହାର କରିବା, ନିଜ ଜୀବନ ଓ ପରିବାରର ସୁରକ୍ଷା ପାଇଁ ଟ୍ରାଫିକ୍ ନିୟମ ମାନି ନିରାପଦରେ ଯାତାୟାତ କରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଥିଲା।

ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ଥାନାର ପୁଲିସ କର୍ମଚାରୀ ସମେତ ବାଲିପଦର ଫାଣ୍ଡି ର ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଚାଳକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।







