ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ସେବା ସମ୍ମାନ

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ରୋଗୀ ଓ ରୋଗର ଉପଶମ ପାଇଁ ସରକାର ସବୁବେଳେ ଯତ୍ନବାନ,ଗୋଟାଏ ରୋଗୀ କିଭଳି ସୁସ୍ଥ ହେବ, ଉଚିତ ସେବା ପାଇବ ସେଥିପାଇଁ ସରକାର ଶହେ ଆଠ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରିଛନ୍ତି।ରୋଗୀ ଙ୍କୁ ଆଣିବା ଓ ନେବା ପାଇଁ ଗୋଟାଏ ଗୋଟାଏ ଆମ୍ବୁଲାନ୍ସ ରେ ତିନିଜଣ କର୍ମଚାରୀ ନିଯୁକ୍ତ ହୋଇଥାନ୍ତି।ଏହି କର୍ମଚାରୀ ମାନେ ବର୍ଷା ଖରା ଶୀତ କୁ ଖାତିର ନ କରି ରୋଗୀ ସେବା ଯୋଗାଉଛନ୍ତି।ସେମାନଙ୍କ ର ସମସ୍ୟା ଅନେକ ଥାଇ ମଧ୍ୟ ନିଜ ଦାଇତ୍ୱ ଠିକ ରେ ତୁଳାଇଥାନ୍ତି।ଏହି ପରି କିଛି ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଆଜି ଭଞ୍ଜନଗର ର ଅଗ୍ରଣୀ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ସମ୍ମାନିତ କରିଛି।ଭଞ୍ଜନଗର ମେଡ଼ିକାଲ ରେ ଆଜି ନଅ ଜଣ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଉପଢୌକନ, ମାନ ପତ୍ର,ଶୁଖିଲା ଖାଦ୍ୟ ଓ ଉପହାର ଦେଇ ସମ୍ମାନିତ କରାଯାଇଛି।ଅନୁଷ୍ଠାନ ର ସଦସ୍ୟ ମାନେ ଭଞ୍ଜନଗର ମେଡ଼ିକାଲ ପରିସର ରେ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ସେବା ସଂମ୍ମାନ ରେ ସମ୍ମାନିତ କରାଯାଇଛି।ସୂଚନାଯୋଗ୍ୟ ଯେ ଯେଉଁଠି କିଛି ଲୋକ କିଛି ନ କରି ସମ୍ମାନିତ ହେଉଛନ୍ତି ସେହିପରି ସ୍ଥଳେ ତ୍ରିରଙ୍ଗା ମିଡ଼ିଆ ସାମାଜିକ ଅନୁଷ୍ଠାନ ଏହିପରି ସେବା ଯୋଗାଇ ଆସୁଥିବା କର୍ମଚାରୀ ଙ୍କୁ ସମ୍ମାନିତ କରିଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଛନ୍ତି।ଏହି ପରି ସେବା କରି ଆସୁଥିବା ବିଭିନ୍ନ ବର୍ଗର ବ୍ୟକ୍ତି ଵିଶେଷ ଙ୍କୁ ଆଗକୁ ସମ୍ମାନିତ କରିବ ବୋଲି ଅନୁଷ୍ଠାନ ର ସଦସ୍ୟ ମାନେ କହିଛନ୍ତି।

ରିପୋର୍ଟ. ପୁରୁଷୋତ୍ତମ ମହାପାତ୍ର

  • jmjnewso

    Related Posts

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    Spread the love

    Spread the loveଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ରାଜ୍ୟ ସରକାରଙ୍କ…

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ କରାଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ବିଡ଼ିଓ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ