ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ସେବା ସମ୍ମାନ

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ରୋଗୀ ଓ ରୋଗର ଉପଶମ ପାଇଁ ସରକାର ସବୁବେଳେ ଯତ୍ନବାନ,ଗୋଟାଏ ରୋଗୀ କିଭଳି ସୁସ୍ଥ ହେବ, ଉଚିତ ସେବା ପାଇବ ସେଥିପାଇଁ ସରକାର ଶହେ ଆଠ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରିଛନ୍ତି।ରୋଗୀ ଙ୍କୁ ଆଣିବା ଓ ନେବା ପାଇଁ ଗୋଟାଏ ଗୋଟାଏ ଆମ୍ବୁଲାନ୍ସ ରେ ତିନିଜଣ କର୍ମଚାରୀ ନିଯୁକ୍ତ ହୋଇଥାନ୍ତି।ଏହି କର୍ମଚାରୀ ମାନେ ବର୍ଷା ଖରା ଶୀତ କୁ ଖାତିର ନ କରି ରୋଗୀ ସେବା ଯୋଗାଉଛନ୍ତି।ସେମାନଙ୍କ ର ସମସ୍ୟା ଅନେକ ଥାଇ ମଧ୍ୟ ନିଜ ଦାଇତ୍ୱ ଠିକ ରେ ତୁଳାଇଥାନ୍ତି।ଏହି ପରି କିଛି ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଆଜି ଭଞ୍ଜନଗର ର ଅଗ୍ରଣୀ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ସମ୍ମାନିତ କରିଛି।ଭଞ୍ଜନଗର ମେଡ଼ିକାଲ ରେ ଆଜି ନଅ ଜଣ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଉପଢୌକନ, ମାନ ପତ୍ର,ଶୁଖିଲା ଖାଦ୍ୟ ଓ ଉପହାର ଦେଇ ସମ୍ମାନିତ କରାଯାଇଛି।ଅନୁଷ୍ଠାନ ର ସଦସ୍ୟ ମାନେ ଭଞ୍ଜନଗର ମେଡ଼ିକାଲ ପରିସର ରେ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ସେବା ସଂମ୍ମାନ ରେ ସମ୍ମାନିତ କରାଯାଇଛି।ସୂଚନାଯୋଗ୍ୟ ଯେ ଯେଉଁଠି କିଛି ଲୋକ କିଛି ନ କରି ସମ୍ମାନିତ ହେଉଛନ୍ତି ସେହିପରି ସ୍ଥଳେ ତ୍ରିରଙ୍ଗା ମିଡ଼ିଆ ସାମାଜିକ ଅନୁଷ୍ଠାନ ଏହିପରି ସେବା ଯୋଗାଇ ଆସୁଥିବା କର୍ମଚାରୀ ଙ୍କୁ ସମ୍ମାନିତ କରିଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଛନ୍ତି।ଏହି ପରି ସେବା କରି ଆସୁଥିବା ବିଭିନ୍ନ ବର୍ଗର ବ୍ୟକ୍ତି ଵିଶେଷ ଙ୍କୁ ଆଗକୁ ସମ୍ମାନିତ କରିବ ବୋଲି ଅନୁଷ୍ଠାନ ର ସଦସ୍ୟ ମାନେ କହିଛନ୍ତି।

ରିପୋର୍ଟ. ପୁରୁଷୋତ୍ତମ ମହାପାତ୍ର

  • jmjnewso

    Related Posts

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    Spread the love

    Spread the loveବୁଗୁଡ଼ା,୧୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସିର ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଅରବିନ୍ଦ ନଗର ତୃତୀୟ ଲାଇନରୁ ପରିବା ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି…

    ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 44 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 31 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 50 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା