କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ଗ୍ରାମର ମହେଶ୍ୱର ବେହେରା ଏବଂ ମା ଶ୍ରୀମତୀ ସୁନିତା କୁମାରୀଙ୍କ ସୁକନ୍ୟା ହେଉଛନ୍ତି ଅକ୍ଷୀପ୍ତା ରାଣୀ ବେହେରା, । ଚଳିତ ସର୍ବଭାରତୀୟ ନିଟ ପରୀକ୍ଷା ରେ ସଫଳତା ପାଇଁ ଡାକ୍ତରୀ ପଢିବାକୁ ମନୋନୀତ ହୋଇଥିବାରୁ, ତାଙ୍କ ସଫଳତା ପାଇଁ ଆଜି ନିଖିଳ ଉତ୍କଳ ଲିଆରୀ ନିଆରୀ ଓ ଚୂଡୁତିଆ ମହାସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ବୁଢ଼ାମ୍ବ ସ୍ଥିତ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସଭାପତି ପ୍ରତାପ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି.

ଗ୍ରାମାଞ୍ଚଳ ରେ ରହି ଅକ୍ଲାନ୍ତ ପରିଶ୍ରମ କରି କୃତିତ୍ୱ ହାସଲ କରିଥିବା ଛାତ୍ରୀ ଅକ୍ଷିପ୍ତା ରାଣୀ ଙ୍କୁ ସମାଜ ପକ୍ଷରୁ ପ୍ରେରଣା ପ୍ରଦାନ ପୂର୍ବକ ତାଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା,ଦିଆଯାଇଥିଲା.

ଅନୁଷ୍ଠିତ ଉତ୍ସବ ରେ ନିଖିଳ ଉତ୍କଳ ଲିଆରୀ ନିଆରୀ ଓ ଚୂଡୁତିଆ ମହାସଂଘ ଆଠଗଡ ତାଳୁକା ସଭାପତି ପ୍ରତାପ ଚନ୍ଦ୍ର ବେହେରା, ସମ୍ପାଦକ ପୀତବାସ ବେହେରା, କୋଷାଧକ୍ଷ ରମେଶ ବେହେରା, ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଦେବେନ୍ଦ୍ର ବେହେରା ଙ୍କ ସମେତ ସମସ୍ତ କର୍ମକର୍ତା ଏବଂ ସମାଜର ବହୁ ବ୍ୟକ୍ତି ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିବା ଜଣାଯାଇଛି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ






