ଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର l ପରେ ବସକୁ ଧରି ବଡଗଡ ଥାନାରେ ଅଟକ ରଖାଯାଇଛି।

ସୂଚନା ଅନୁସାରେ ଢ଼ଉପଦା ହରିଜନ ସାହିର ସାତ ବର୍ଷିୟ ନାବାଳିକା କଳ୍ପନା ନାୟକ ଦୋକାନକୁ ଆସିଥିଲେ l ସେ ସମୟରେ ବ୍ରହ୍ମପୁର ରୁ ବାଲିଗୁଡା ଅଭିମୁଖେ ଯାଉଥିବା ssbbs ବା ବାହୁବଳୀ ନାମକ ଘରୋଇ ବସ ତାଙ୍କ ଉପରେ ମାଡ଼ି ଯାଇଥିଲା l ଘଟଣା ସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ବସ୍ ନେଇ ଡ୍ରାଇଭ୍ର ଚମ୍ପଟ ମାରିଥିଲା l ପରେ ବସକୁ ଧରି ବଡଗଡ ଥାନାରେ ଅଟକ ରଖାଯାଇଛି l ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାସ୍ତା ରୋକ୍ କରିଥିଲେ ଗ୍ରାମବାସୀ l ଖବର ପାଇ ଘଟଣା ସ୍ଥଳରେ ଆସିକା ଏସଡିପିଓ ,ଧରକୋଟ ତହସିଲଦାର, ବଡଗଡ ଥାନା ଅଧିକାରୀ,ଧାରକୋଟ ଥାନା ଅଧିକାରୀ, ସୋରଡ଼ା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା l ଅପର ପକ୍ଷରେ କ୍ଷତି ପୂରଣ ବାବଦରେ ନାବାଳିକା ଙ୍କ ପରିବାର ଲୋକଙ୍କୁ ରେଡ୍ କର୍ସ୍ ପାଣ୍ଠି ରୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି l






