ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଲା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ଆସିଷ୍ଟାଣ୍ଟ ଫାଇନାସ ମ୍ୟାନେଜର ଓଏଚପିସି ର ସିଏମଏ ରମାକାନ୍ତ ଭୂୟାଁ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷା କୁ ଗୁରୁତ୍ୱ ଦେବା ଅନିର୍ଵାର୍ଯ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ସିଏ ଏମ,ବୈଷ୍ଣବୀ ଏବଂ ଆଡ଼ଭୋକେଟ ମଦନ ମୋହନ ପାଢ଼ୀ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀନିଦ୍ରାରେ ସପ୍ନ ନ ଦେଖି ଆଖି ଖୋଲି ସପ୍ନ ଦେଖିବା ଉଚିତ ଯାହାଫଳରେ ଆଖି ଖୋଲି ଦେଖିଥିବା ସପ୍ନ ସାକାର ହୋଇଥାଏ ବୋଲି କହିଥିଲେ।

ଗଞ୍ଜାମ କଲେଜର ଅଧ୍ୟାପକ ମେଣ୍ଟର ସୁମନ ସେଠି ଛାତ୍ରଛାତ୍ରୀ ମାନେ କିପରି ସଫଳତା ପାଇପାରିବେ ସେହି ଉପରେ ମାର୍ଗଦର୍ଶନ କରିଥିଲେ।୨୦୦୪ରେ ପ୍ରତିଷ୍ଠିତ ହୋଇଥିବା ଅନୁଷ୍ଠାନ ଆଜି ୨୨ବର୍ଷରେ ପଦାର୍ପଣ କରିଛି ଏବଂ ବ୍ରହ୍ମପୁର ସହର ସହ ଅନିଲ୍ସ କମର୍ସ ଗଞ୍ଜାମ ଏବଂ ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଅନୁଷ୍ଠାନ ର ନିର୍ଦ୍ଦେଶକ ବି ହରିପ୍ରସାଦ ରାଓ କହିଥିଲେ।ଅନୁଷ୍ଠାନରେ ୪୦୦ଛାତ୍ରଛାତ୍ରୀ ଅଧୟନ କରୁଥିବାବେଳେ ଯୁକ୍ତଦୁଇ ବାଣିଜ୍ୟ ୨୦୨୬ରେ ସାରା ଓଡ଼ିଶାରେ କେ ହଁସିକା ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନର ଗୌରବ ଆଣିଥିଲେ।ଏହିପରି ସଫଳତା ଆଗାମୀ ଦିନରେ ବଜାୟ ରହିବ ବୋଲି ନିର୍ଦେଶକ ଦୃଢୋକ୍ତି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି ଅନୁଷ୍ଠାନରେ ଶିକ୍ଷାଦାନ ବ୍ୟତୀତ ଲାଇବ୍ରେରୀ, ୱାଇଫାଇ, ଇଣ୍ଟେନସିପ, ଷ୍ଟଡି ଟୁର,ଇଣ୍ଡାଷ୍ଟ୍ରିଆଲ ଟୁର ପ୍ରମୁଖ ବ୍ୟବସ୍ଥା ରହିଛି।ତେଣୁ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିଛି ବୋଲି ନିର୍ଦେଶକ କହିଥିଲେ।





