ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

Spread the love


ଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ଗୋପାଳପୁର ଆହାର କେନ୍ଦ୍ର ବହୁ ବାଦ ବିବାଦ ପରେ ଚଳିତ ମାସ ୧ ତାରିଖରେ ମା ମଙ୍ଗଳା ମହିଳା ସଂଘକୁ ସ୍ଥାନୀୟ ଏନ ଏ ସି ପକ୍ଷରୁ ହସ୍ତାନ୍ତର କରାଯାଇଥିଲା l ଏହି ଆହାର କେନ୍ଦ୍ରରେ ୧୫୦ ମିଲସ ଆରମ୍ଭ କରି ୩୫୦ କୁ ବୃଦ୍ଧି କରାଯାଇଛି l ଏହି ଆହାର କେନ୍ଦ୍ର ସକାଳ ୧୧ ଘଣ୍ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଳାଯାଇ ୫ ଟଙ୍କିଆ ମିଲସ ଦିଆଯାଉଥିଲା l ଯଦ୍ୱାରା ଗରିବ,ଦିନ ମଜୁରିଆ ଆଖପାଖ ଅଂଚରରୁ ବହୁ ଲୋକେ ଏଠାରେ ଖାଦ୍ୟ ଖାଇଥାନ୍ତି l ଆଜି ଆହାର କେନ୍ଦ୍ରଟି ବନ୍ଦ ରହିଥିବାରୁ ବହୁ ଲୋକେ ଖାଇବାକୁ ନପାଇ ନିରାଶ ହୋଇ ଫେରିଥିଲେ l ବହୁ ବିଳମ୍ବରେ ଆହାର କେନ୍ଦ୍ରର ତାଲା ଖୋଲାଯାଇଥିବା ବେଳେ ବହୁ ଭିଡ଼ ରହିଥିଲେ ମଧ୍ୟ୍ୟ ରନ୍ଧା ଖାଦ୍ୟ ନଥିବା ଅଭିଯୋଗ ହୋଇଥିଲା l ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକଙ୍କ ସହ ଯୋଗାଯୋଗ ବେଳେ ଆଜି ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ବନ୍ଦ ରହିଥିବା ନେଇ ଆହାର କେନ୍ଦ୍ର ଦାୟିତ୍ୱରେ ରହିଥିବା ଅଧିକାରୀ ଶ୍ରବଣ କୁମାର ଚାନ୍ଦ ଆହାର କେନ୍ଦ୍ର ଚଳାଉଥିବା ମହିଳା ସଂଘକୁ ଆଜି ନୁଆଁଖାଇ ବୋଲି କହିବାରୁ ଆହାର କେନ୍ଦ୍ର ବନ୍ଦ ରହିବ ସୂଚନା ଦେଇଥିବାରୁ କେନ୍ଦ୍ରଟି ବନ୍ଦ ରହିଥିଲା l ଆହାର କେନ୍ଦ୍ର ବନ୍ଦ ରହିଥିବା ଅଭିଯୋଗ ଆସିବା ପରେ କାରଣ ବୁଝିଵା ପରେ ତୁରନ୍ତ ଖୋଲିବା ପାଇଁ ଅନୁମତି ଦେବା ପରେ ଖାଦ୍ୟ ଲୋକଙ୍କୁ ଦିଆ ଯାଇଥିବା କହିଛନ୍ତି l

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 31 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 27 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 37 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 39 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 30 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 35 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା