କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 76 ତମ ଜନ୍ମ ଦିନ ଅବସରରେ ଦଳୀୟ ନିର୍ଦେଶ କ୍ରମେ କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ମଣ୍ଡଳ ସଭାପତି ଅଶୋକ କୁମାର ଜେନା,ଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀ ଓ କାର୍ଯକର୍ତ୍ତା କବିସୂର୍ଯ୍ୟନଗର ଦକ୍ଷିଣ କାଳୀ ମନ୍ଦିର ରେ ଦୀପ ପ୍ରଜ୍ବଳନ କରିବା ପରେ ସେଠାରୁ ଆଠଗଡ ପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର, କବିସୂର୍ଯ୍ୟ ବଳଦେବ ରଥ ଙ୍କ ପୀଠ ସ୍ଥଳ ରେ ଦୀପ ପ୍ରଜ୍ବଳନ କରି ମୋଦିଜୀ ଙ୍କ ଦୀର୍ଘାୟୁ କାମନା କରିଥିବା ଜଣାଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଓ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର, ଗିରିଶ ଚନ୍ଦ୍ର ପୋଲାଈ, ସାଧାରଣ ସମ୍ପାଦକ ଦେବାଶିଷ ଜେନା,କୃଷକ ମୋର୍ଚା ସଭାପତି ସୋମନାଥ ମାଝୀ, ସରପଞ୍ଚ ପ୍ରତିନିଧି ଆଦିତ୍ୟନାଥ ତ୍ରିପାଠୀ, ଜିତେନ୍ଦ୍ର ତରେଇ,ମୁକେଶ ଜେନା, ସୁରେନ୍ଦ୍ର ମାଝୀ, ସ୍ୱୟମ୍ବର ଚୌଧୁରୀ, ବଳରାମ ଦାସ, ଜଗଦିଶ ସାହୁ, ନୀଳାଞ୍ଚଳ ପାତ୍ର, ସଞ୍ଜୟ ଗୌଡ଼ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଭାଇ ଓ ଭଉଣୀ ସାମିଲ ହୋଇଥିଲେ।








