ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

Spread the love


ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ପୁରୀ ମହାନଗର ନିଗମ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପଟ, ଉତ୍ତରପାର୍ଶ୍ବ ମଠ,ଶ୍ରୀସେତୁ ନିକଟରେ ପ୍ରାୟ ୪୦ଟି ଦୋକାନ ଓ ଖଜା ଭାଟିରେ ମିଳିତ ଚଢ଼ାଉ କରାଯାଇଛି । ପୁରୀ ପୋଲିସ, ଖାଦ୍ଯ ସୁରକ୍ଷା ଅଧିକାରୀ, ମହାନଗର ଏନଫୋର୍ସମେଣ୍ଟ ଟିମ, ଜିଲ୍ଲା ଯୋଗାଣ ବିଭାଗ ପ୍ରମୁଖ ମିଳିତ ଚଢାଉ କରି ପ୍ରାୟ ୨କ୍ବିଣ୍ଟାଲ ଖଜା ଓ ଚିନିସିରା ଜବତ କରିଛନ୍ତି । ପୁରୀ ଖଜା ନାମରେ ଓ ଏହା ଜଗନ୍ନାଥଙ୍କ ଭୋଗ କହି ୧ ଶହ ଟଙ୍କାରୁ ୫ଶହ ଟଙ୍କାରେ ବିକ୍ରି ହେଉଅଛି ।

ଅସ୍ବାସ୍ଥ୍ୟକର ପରିବେଶ, ପୋଡାତେଲ, ବାସୀ ଚିନିସିରା, ନିମ୍ନ ମାନର ମଇଦା, ଖଜାରେ ରଙ୍ଗ ବ୍ଯବହାର ଓ କେମିକାଲ ବ୍ଯବହାର କରି ଖଜା ପ୍ରସ୍ତୁତ କରି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଚୋରା ଗ୍ଯାସ ସିଲିଣ୍ଡର ବ୍ୟବହାର ଯୋଗୁ ଯୋଗାଣ ବିଭାଗ ପକ୍ଷରୁ ସେଗୁଡିକ ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଛି । ଖଜା ଦୋକାନରେ ଖଜା ବିକ୍ରିରୁ ଅତ୍ଯଧିକ ଲାଭ ହେଉଥିବାରୁ ଏଥିରେ ଅସାମାଜିକ ଯୁବକ କାମ କରିବା ସହ କ୍ରାଇମ କରୁଥିବା ବିଗତ ଦିନରେ ଧରାପଡିଥିଲା । ଖଜା ଭାଟି ଓ ଦୋକାନରେ କାର୍ଯ୍ଯରତ କର୍ମଚାରିଙ୍କ ର ଅପରାଧୀକ ପୃଷ୍ଠ ଭୂମିକୁ ପୋଲିସ ଯାଞ୍ଚ କରୁଛି । ଖଜାର ମାନ ଓ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଥିଲା ।

ଗୁରୁବାର ସକାଳୁ ପୋଲିସ ଟିମ ସହ ମିଳିତ ଟିମ ଚଢ଼ାଉ କରିଥିଲେ । ଶ୍ରୀକ୍ଷେତ୍ର ପର୍ଯ୍ୟଟନ ନଗରୀ ଓ ଧାର୍ମିକ ସହର ହୋଇଥିବା ବେଳେ ଖଜାକୁ ମହାପ୍ରଭୁଙ୍କ ଭୋଗ ଭାବି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ କିଣି ନେଉଛନ୍ତି । କୌଣସି ଦୋକାନରେ ଏହି ଖଜା ମହାପ୍ରଭୁଙ୍କ ଭୋଗ ନୁହେଁ ଓ ଏହା ଜଳଖିଆ ପାଇଁ ଉଦ୍ଦିଷ୍ଟ ବୋଲି ଲେଖା ଥିବା ସାଇନବୋର୍ଡ ଟଙ୍ଗା ଯାଇନାହିଁ । କେତେକ ଖଜା ଦୋକାନି ଓ ଭାଟିର ଫୁଡ ଲାଇସେନ୍ସ ନଥିବା ଦେଖିବାକୁ ମିଳିଥିଲା । ଜନଗହଳିପୂର୍ଣ୍ଣ ସାହି ଭିତରେ କାଠ ଚୁଲି ଓ ନିଆଁ ବ୍ଯବହାର ଯୋଗୁ ଏହା ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି । ଭାଟିରେ ଅସ୍ବାସ୍ଥ୍ୟକର ପରିବେଶରେ ବିପୁଳ ପରିମାଣ ପଲିଥିନ ଜରି ବ୍ଯବହାର ହେଉଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ଚଢ଼ାଉ ଯୋଗୁ ଅନେକ ଖଜା ଦୋକାନି ଦୋକାନ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।

  • jmjnewso

    Related Posts

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ (ସୂର୍ଯ୍ୟନାରାୟଣ ବଡୁ ): ଗୁରୁବାର ସନ୍ଧ୍ୟା ସମୟରେ ପବିତ୍ର ସଂକ୍ରାନ୍ତି ଅବସର ରେ ବ୍ରହ୍ମପୁର ଗଣେଶ ମାର୍କେଟ ନିକଟ ପରିବା ମାର୍କେଟ ପରିସର ରେ ଶ୍ରୀ ରାମ ଓ ହନୁମାନ ଭକ୍ତ ରଞ୍ଜିତା…

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 76 ତମ ଜନ୍ମ ଦିନ ଅବସରରେ ଦଳୀୟ ନିର୍ଦେଶ କ୍ରମେ କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଅଶୋକ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 21 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 49 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 18 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 24 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 72 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ