ବ୍ରହ୍ମପୁର : ଜେଏମଜେ ନ୍ୟୁଜ :ଗଞ୍ଜାମ ଜିଲ୍ଲା ଲେଖକ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଙ୍କ ଆବାହକତ୍ୱରେ ଏବଂ ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ ର ମିଳିତ ଆନୁକୁଲ୍ୟରେ ସାହିତ୍ୟ ଆଲୋଚନା
କବିତା ପାଠୋତ୍ସବ ଏବଂ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟ ସଂସ୍କୃତି ଗବେଷକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ହରି କୃଷ୍ଣ ନାୟକ, ଲେଖିକା ସାମ୍ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଅନୁବାଦିକା ଡ ସୂଚନା ପାଢ଼ୀ, ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା
ଶ୍ରୀମତୀ ଆରତୀ ଶତପଥୀ ଏବଂ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମହାପ୍ରଭୁ
ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ର ସମ୍ମୁଖ ରେ ଧୂପଦୀପ ଅର୍ପଣ କରି ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ କବୟିତ୍ରୀ ସୁଗାୟିକା ସଂଧ୍ୟାରାଣୀ ଦେବୀ ଜଣାଣ ପରିବେଷଣ କରିଥିଲେ। ସଭାପତି ଶ୍ରୀ ମାଳି
ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଇତିବୃତି ଆଲୋଚନା କରି ଏହି ଅନୁଷ୍ଠାନ ଦୀର୍ଘ ତେଇଶି ବର୍ଷ ପୂରଣ କରିଛି ଆଗାମୀ ୨୦୨୭ ରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ହେବ ବୋଲି ସୂଚନା ପ୍ରଦାନ କରି ଚଳିତ ୨୦୨୬ ବାର୍ଷିକ ଉତ୍ସବ ପାଳନ ଅବସରରେ ଲେଖକ ସାମ୍ମୁଖ୍ୟ ମୁଖ ପତ୍ର ଋଷିକୁଲ୍ୟା ଏବଂ ଲେଖିକା ସାମ୍ମୁଖ୍ୟ ମୁଖପାତ୍ର ସୃଜନୀ ପାଇଁ
ଲେଖା ଆହ୍ବାନ କରିଥିଲେ। ସମ୍ପାଦକ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ବେଳେ ମୁଖ୍ୟ ଅତିଥି ଡ଼ ହରି କୃଷ୍ଣ ନାୟକ ସାହିତ୍ୟ ସମ୍ପର୍କୀତ ଆଲୋଚନା ସହ ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ରବିନାରାୟଣ ମିଶ୍ର ଙ୍କ ସ୍ମୃତି ଚାରଣ କରି
ଅନୁଷ୍ଠାନ ର ଦୀର୍ଘ ବର୍ଷ ର ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଆଲୋଚକ ବିଶିଷ୍ଟ ସ୍ତମ୍ଭକାର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କବିତା ପାଠ କରିଥିଲେ । ଶ୍ରୀମତୀ ଆରତୀ ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ସର୍ବଶ୍ରୀ ଭିକାରୀ ଚରଣ ମହାପାତ୍ର ଡ଼ ବିଜୟ ଚନ୍ଦ୍ର ମହାରଣା,
ଇଂ. ଆଶୁତୋଷ ପାତ୍ର,ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଦେବୀ, ହାଡ଼ିବନ୍ଧୁ ମାଳି,ସଂଧ୍ୟା ରାଣୀ ଦେବୀ, ନରେନ୍ଦ୍ର ପ୍ରସାଦ ଦାସ, ଡ଼ ହରି କୃଷ୍ଣ ନାୟକ ମନୋଜ କୁମାର ପାଢ଼ୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।





