ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

Spread the love

ଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ ବ୍ୟସ୍ତ ଲୋକେ। ତେବେ ଏହି ପର୍ବର ପ୍ରସ୍ତୁତି ଭିତରେ ଅନେକ ପରିବାର ପାଇଁ ଶାଳପତ୍ର ପାଲଟିଛି ରୋଜଗାରର ମାଧ୍ୟମ।

ବିଭିନ୍ନ ଗାଁର ଲୋକେ ଏବେ ଜଙ୍ଗଲରୁ ଶାଳପତ୍ର ଓ ରେଙ୍ଗଲପତ୍ର ସଂଗ୍ରହ କରିବାରେ ବ୍ୟସ୍ତ। ବର୍ଷସାରା ଜଙ୍ଗଲରୁ ପତ୍ର ସଂଗ୍ରହ କରି ସେଥିରୁ ଖଲି ଓ ଦନା ପ୍ରସ୍ତୁତ କରିଥାନ୍ତି ଏଠାକାର ଲୋକେ। ନୂଆଁଖାଇ ପରେ ଦୁର୍ଗାପୂଜା ଭଳି ବଡ଼ ପର୍ବ ଆସୁଥିବାରୁ ଏବେ ଶାଳପତ୍ର ଖଲି ଓ ଦନାର ଚାହିଦା ବଢ଼ିଛି। ଫଳରେ ଅର୍ଡର ମଧ୍ୟ ବଢ଼ିବାରେ ଲାଗିଛି।

ଯୁଗ ବଦଳିଛି। ଲୋକଙ୍କ ଖାଦ୍ୟ ଖାଇବାର ଶୈଳୀ ବଦଳିଛି। ତଥାପି ଶାଳପତ୍ରର ଚାହିଦା ଆଜି ବି କମିନାହିଁ। ବିଭିନ୍ନ ପର୍ବପର୍ବାଣୀ, ପୂଜା, ବିବାହ ଓ ସାମାଜିକ କାର୍ଯ୍ୟକ୍ରମରେ ଶାଳପତ୍ରରେ ତିଆରି ଖଲି ଓ ଦନାର ବ୍ୟବହାର ରହିଛି। ଏହା କେବଳ ପରିବେଶ ଅନୁକୂଳ ବିକଳ୍ପ ନୁହେଁ, ଏହା ସହ ଜଡ଼ିତ ରହିଛି ଓଡ଼ିଶାର ଗ୍ରାମୀଣ ପରମ୍ପରା ଓ ସଂସ୍କୃତି।

ନୂଆଁଖାଇ ଭଳି ପାରମ୍ପରିକ ପର୍ବରେ ଶାଳପତ୍ରର ଗୁରୁତ୍ୱ ଆହୁରି ବଢ଼ିଯାଏ। ନୂଆ ଧାନରୁ ପ୍ରସ୍ତୁତ ଖାଦ୍ୟ ଓ ନବାନ୍ନ ପରିବାରର ସମସ୍ତେ ଏକାଠି ବସି ଖାଇବାର ପରମ୍ପରା ରହିଥିବାରୁ ଖଲି ଓ ଦନାର ଚାହିଦା ବଢ଼ିଥାଏ। ଏହି ଚାହିଦା ହିଁ ଧରୁଆପଡ଼ାର ଅନେକ ପରିବାର ପାଇଁ ଅତିରିକ୍ତ ରୋଜଗାରର ସୁଯୋଗ ଆଣିଛି।ପ୍ରକୃତିର କୋଳରୁ ସଂଗ୍ରହ ହେଉଥିବା ଶାଳପତ୍ର ଆଜି ଗରିବ ପରିବାରଙ୍କୁ ରୋଜଗାର ଦେଉଛି। ନୂଆଁଖାଇର ଉତ୍ସବ ମାହୋଲ ଭିତରେ ଏହି ପରିବାରମାନଙ୍କ ପରିଶ୍ରମ ମଧ୍ୟ ଏକ ବଡ଼ କାହାଣୀ କହୁଛି, ପରମ୍ପରାକୁ ବଞ୍ଚାଇ ରଖିବା ସହ ନିଜ ଜୀବିକାକୁ ଆଗକୁ ନେବାର କାହାଣୀ। ତେବେ ଏହି ପରିଶ୍ରମୀ ପରିବାରମାନଙ୍କ ଉପରେ ସରକାର ଓ ପ୍ରଶାସନର ଶୁଭଦୃଷ୍ଟି କେବେ ପଡ଼ିବ, ତାହାକୁ ଅପେକ୍ଷା।

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 17 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 23 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 17 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 45 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 32 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 53 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ