ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ରାତି ଅଧରେ ମହିଳା ସହକର୍ମୀଙ୍କ ଘରେ ପଶି ହଙ୍ଗାମା ଓ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଗିରଫ ହେଲେ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ। ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଖରାବେଳନଗର ଥାନା ପୋଲିସ।ଅଭିଯୋଗରୁ ପ୍ରକାଶ, ରାତି ଅଧରେ ଜଣେ ମହିଳା ସହକର୍ମୀଙ୍କ ଘରେ ପହଞ୍ଚିଥିଲେ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ।ପରେ ସେ ଗଣ୍ଡଗୋଳ କରିଥିଲେ। ଏଥିସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ପାଟ୍ରୋଲିଂ କରୁଥିବା କମିଶନରେଟ୍ ପୋଲିସ ମହିଳାଙ୍କ ଘରେ ପହଞ୍ଚିଥିଲା। ସେଠାରେ ଶ୍ରୀ ବିଶ୍ୱାଳଙ୍କୁ ଉଦ୍ଧାର କରିଥିଲା।
ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ପୀଡ଼ିତାଙ୍କୁ ପଚରାଉଚରା କରୁଥିବା ବେଳେ ଅନ୍ୟ ଟିମ ଅଧିକାରୀଙ୍କୁ ପଚରାଉଚରା କରିଥିଲା। ଏତେ ରାତିରେ ସେ ମହିଳାଙ୍କ ଘରକୁ କାହିଁକି ଯାଇଥିଲେ, ସେନେଇ ମଧ୍ୟ ପୋଲିସ ତଥ୍ୟ ସଂଗ୍ରହ କରିଥିଲା। ଆଜ ଅପରାହ୍ନରେ ଶ୍ରୀ ବିଶ୍ୱାଳଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।







