ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

Spread the love

ଜେଏମଜେ ବ୍ୟୁରୋ : କିଛି ଦିନ ତଳେ ଇସ୍ରୋ ଅକ୍ଟୋବରରେ ୩ଟି ଶକ୍ତିଶାଳୀ ବାତ୍ୟାକୁ ନେଇ ଚେତବାନୀ ଦେଇଥିଲା । ଏହାକୁ ନେଇ ବାତ୍ୟା ଭୟ ବଢିଥିଲା । ତେବେ ଆଇଏମଡି ପକ୍ଷରୁ ବାତ୍ୟାକୁ ନେଇ କିଛି କୁହାଯାଇ ନାହିଁ । କିନ୍ତୁ ଏହାରି ଭିତରେ ବାତ୍ୟାକୁ ନେଇ ଏକ ଅପଡେଟ୍ ସାମ୍ନାକୁ ଆସିଛି । ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତା ନାଁ ରହିବ ‘ଅର୍ଣ୍ଣବ’।

ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ । ନଭେମ୍ବର ୨୦୨୫ ରେ ଆସିଥିବା ବାତ୍ୟା ‘ଦିତୱା’ ପରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହା ପ୍ରଥମ ବାତ୍ୟା ହେବ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ସେପ୍ଟେମ୍ବର ୨୨ ସୁଦ୍ଧା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ। ଯଦି ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ପବନର ବେଗ ଘଣ୍ଟା ପ୍ରତି ୬୨ କିଲୋମିଟର ବା ତା’ଠାରୁ ଅଧିକ ହୁଏ, ତେବେ ଯାଇ ଏହାକୁ ଆନୁଷ୍ଠାନିକ ଭାବେ ‘ବାତ୍ୟା ଅର୍ଣ୍ଣବ’ ନାମରେ ନାମିତ କରାଯିବ । ସେପଟେ ୟୁରୋପୀୟ ପାଣିପାଗ ସଂସ୍ଥା- ECMWFର ତଥ୍ୟକୁ ଆଧାର କରି windy.com ର ମଡେଲ୍ ଦର୍ଶାଇଛି ଯେ, ସେପ୍ଟେମ୍ବର ୨୩-୨୪ ଆଡ଼କୁ ଏକ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ବର୍ତ୍ତମାନଠାରୁ ସ୍ପଷ୍ଟ ଭାବେ କହିବା ସହଜ ନୁହେଁ ।

ସମ୍ଭାବ୍ୟ ଲଘୁଚାପ ବାବଦରେ କହିବାକୁ ଗଲେ, ଧିରେ ଧିରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଆଣ୍ତାମାନ ସାଗରରେ ବଳ ଗୋଟାଇ ଆହୁରି ଶକ୍ତିଶଳୀ ହେବାରେ ଲାଗିଛି। ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୧ ସେପ୍ଟେମ୍ବର ସୁଦ୍ଧା ଘନୀଭୂତ ହୋଇ ଏକ ‘ଡିପ୍ରେସନ୍’ (ଅବପାତ)ର ରୂପ ନେବ। ପରିସ୍ଥିତି ଏହାକୁ ଆହୁରି ବଳୁଆ କରି ‘ଡିପ୍ ଡିପ୍ରେସନ୍’ (ଗଭୀର ଅବପାତ) କିମ୍ବା ଏକ ସାମାନ୍ୟ ବାତ୍ୟାରେ ପରିଣତ କରିବା ପାଇଁ ଅନୁକୂଳ ରହିଛି । ସମୁଦ୍ରରେ ଅଧିକ ସମୟ ରହୁଥବାରୁ ଛୋଟ ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

  • jmjnewso

    Related Posts

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ ହୋଇପାରେ ବାତ୍ୟା। ମାତ୍ର ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି ବୋଲି ଆକଳନ କରିଛନ୍ତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଦର୍ଶାଇଛନ୍ତି, ସଦ୍ୟ ସାଟେଲାଇଟ୍ ଚିତ୍ରରେ ଉତ୍ତର ଆଣ୍ଡାମାନ…

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    Spread the love

    Spread the loveଜେଏମଜେ ବ୍ୟୁରୋ : ଲଘୁଚାପ ଦାନା ବାନ୍ଧିଲାଣି । ଉତ୍ତର ଥାଇଲାଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆଣ୍ଡାମାନ ସାଗରକୁ ଚାଲି ଆସିଥିବ । ୧୯ ତାରିଖ ସନ୍ଧ୍ୟା…

    Leave a Reply

    Your email address will not be published. Required fields are marked *

    You Missed

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 21 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 62 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 43 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 54 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 40 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 78 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ