ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

Spread the love

ଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ସଂଗଠିତ ହେଉଛି। ପୂର୍ବ ଓ ମଧ୍ୟ ବଙ୍ଗୋପସାଗର ସହ ନିକଟସ୍ଥ ଆଣ୍ଡାମାନ ସାଗର ଅଞ୍ଚଳରେ ଘନ ମେଘପୁଞ୍ଜ ଦେଖାଯାଉଥିବା ବେଳେ, ଉପଗ୍ରହ ଚିତ୍ରରେ ପ୍ରଣାଳୀର ମଧ୍ୟଭାଗରେ ଘନ ମେଘ ଓ ବକ୍ରାକାର ମେଘପଟି ଦେଖାଯାଇଛି। ଏଥିରୁ ପାଣିପାଗ ପ୍ରଣାଳୀଟି ଅଧିକ ସଂଗଠିତ ହେଉଥିବା ସଙ୍କେତ ମିଳୁଛି।ଭାରତୀୟ ପାଣିପାଗ ବିଭାଗର ଅପଡେଟ୍‌ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଗଠିତ ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ୨୧ ସେପ୍ଟେମ୍ବର ସୁଦ୍ଧା ଏହା ଡିପ୍ରେସନ୍ ଏବଂ ୨୨ ସେପ୍ଟେମ୍ବରରେ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇପାରେ।

ପରେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ପ୍ରଣାଳୀଟି ଡିପ୍ ଡିପ୍ରେସନ୍ ଭାବେ ସର୍ବାଧିକ ଶକ୍ତି ପାଇବାର ସମ୍ଭାବନା ଅଧିକ। ତେବେ ଯଦି ଏହା ଆଶାଠାରୁ ଅଧିକ ସମୟ ସମୁଦ୍ର ଉପରେ ରହିଥାଏ, ତେବେ ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ। ଏହାଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବର୍ତ୍ତମାନ କମ୍ ବୋଲି ସେ କହିଛନ୍ତି । ଡିପ୍ ଡିପ୍ରେସନ୍ ସମୟରେ ପବନର ବେଗ ଘଣ୍ଟାପିଛା ୫୦ରୁ ୬୦ କିମି ଏବଂ ଝଟକାରେ ୬୫ରୁ ୭୫ କିମି ପର୍ଯ୍ୟନ୍ତ ରହିପାରେ। ଯଦି ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହୁଏ, ତେବେ ପବନର ବେଗ ୬୦ରୁ ୭୦ କିମି ଏବଂ ଝଟକାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ।ସ୍ଥଳଭାଗ ନିକଟକୁ ଆସିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ପବନର ବେଗରେ ପ୍ରାୟ ୧୦ରୁ ୨୦ କିମି ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ତଥାପି ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରଦାର ପବନ ଓ ଝଟକା ଅନୁଭୂତ ହୋଇପାରେ। ଏହି ପର୍ଯ୍ୟାୟରେ ଜିଲ୍ଲା ଅନୁସାରେ ନିର୍ଦ୍ଦିଷ୍ଟ ପବନର ବେଗ କହିବା ସମ୍ଭବ ନୁହେଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଏପଟେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୨ରୁ ବର୍ଷା ବଢ଼ିବା ସମ୍ଭାବନା ରହିଛି। IMD ପକ୍ଷରୁ ୨୨ ସେପ୍ଟେମ୍ବରରେ ଅତି ପ୍ରବଳ ବର୍ଷା ଏବଂ ୨୩-୨୪ ସେପ୍ଟେମ୍ବରରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି ହୋଇଛି।

  • jmjnewso

    Related Posts

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    Spread the love

    Spread the loveଜେଏମଜେ ବ୍ୟୁରୋ : କିଛି ଦିନ ତଳେ ଇସ୍ରୋ ଅକ୍ଟୋବରରେ ୩ଟି ଶକ୍ତିଶାଳୀ ବାତ୍ୟାକୁ ନେଇ ଚେତବାନୀ ଦେଇଥିଲା । ଏହାକୁ ନେଇ ବାତ୍ୟା ଭୟ ବଢିଥିଲା । ତେବେ ଆଇଏମଡି ପକ୍ଷରୁ ବାତ୍ୟାକୁ ନେଇ କିଛି କୁହାଯାଇ…

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ ହୋଇପାରେ ବାତ୍ୟା। ମାତ୍ର ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି ବୋଲି ଆକଳନ କରିଛନ୍ତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଦର୍ଶାଇଛନ୍ତି, ସଦ୍ୟ ସାଟେଲାଇଟ୍ ଚିତ୍ରରେ ଉତ୍ତର ଆଣ୍ଡାମାନ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 15 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 10 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 16 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 14 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 24 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    • By jmjnewso
    • September 20, 2026
    • 14 views
    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା